ସ୍କୁଲ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ବି‌ଶ୍ୱମହାମାରୀ କରୋନା ଯୋଗୁଁ ଦୀର୍ଘ ଦଶ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ କୋଭିଡ୍ ନିୟମକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ମାନିବେ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଆର‌ମ୍ଭ ହୋଇଛି ପାଠପଢ଼ା ।

କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ହେଉଛି । ସେହିପରି ଇଞ୍ଜିନିୟରିଂ କଲେଜ, ଓୟୁଏଟି ଓ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବି ପାଠପଢ଼ା ହେବାକୁ ଥିବା ବେଳେ କ୍ଲାସରୁମରେ କେମିତି ପାଠପଢ଼ା ହେବ ସେନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି ।

Leave A Reply

Your email address will not be published.