କର୍ପୂରଙ୍କ ସହ ଫଟୋ ହୋଇ କାମ ସାରିଦେଲା ପ୍ରଶାସନ : ଦୁଃଖ ବୁଝିବାକୁ କାହାରୀ ଆନ୍ତରିକତା ନାହିଁ, ଦେବଦୂତ ସାଜି ବୃଦ୍ଧାଙ୍କୁ ଦାନା ଯୋଗାଉଛନ୍ତି ଡିଙ୍ଗରଙ୍କ ପରିବାର
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ରାମପୁର ସ୍ଥିତ ଏକ ନିଛାଟିଆ ସ୍ଥାନରେ ଅଭିଶପ୍ତ ଜୀବନ କାଟୁଥୁବା ୭୦ ବର୍ଷିଞ କର୍ପୂର ପୁଟେଲଙ୍କ ଦୁଃଖ ବୁଝିବାକୁ କାହାରି ଆନ୍ତରିକତା ନାହିଁ । ବର୍ଷ ବର୍ଷ ଧରି ଏମିତି ଅଭିଶପ୍ତ ଜୀବନ କାଟୁଥୁଲେ ମଧ୍ୟ ନା ପ୍ରାସଶନିକ ଅଧିକାରୀ ନା ରାଜନେତାଙ୍କ ଦୃଷ୍ଟି ପଡୁଛି । ହେଲେ ଏନେଇ ଗଣମାଧ୍ୟମରେ ପ୍ରକାଶ ପରେ ବୃଦ୍ଧାଙ୍କ ପାଖକୁ ଜିଲ୍ଲା ପ୍ରସାଶନିକ ଅଧିକାରୀମାନେ ପହଁଚିଂ ସମସ୍ୟା ପଚାରି ବୁଝିଛନ୍ତି । ଖାଇବାକୁ କିଛି ଫଳ ମଧ୍ୟ ଦେଇଛନ୍ତି । କିନ୍ତୁ ସାମାଧାନ ନକରି କେବଳ ଫଟୋ ହୋଇ ନିଜର କାମ ସାରିଦେଇଥିବା ଅଭିଯୋଗ ହେଉଛି । ବୃଦ୍ଧାଙ୍କୁ ଚିକିତ୍ସାର ଆବଶ୍ୟକ ଥିଲେ ମଧ୍ୟ ତାଙ୍କୁ ଡାକ୍ତରଖାନା କି ଔଷଧ ପତ୍ର ଦିଆଯାଇନାହିଁ । କେବଳ ପରିଭ୍ରମଣ କରି କାମ ସାରିଦେଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ଅନ୍ୟପଟେ ଜିଲ୍ଲାପାଳ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ବୃଦ୍ଧା ଏବେ ରୋଗମୁକ୍ତ ସେ ମଧୁବାବୁ ପେନସନ ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତଭୁକ୍ତ ଅଛନ୍ତି ଏବଂ ତାଙ୍କୁ ଏକ ବୃଦ୍ଧାଶ୍ରମକୁ ନେଇ ରଖିବାକୁ ପ୍ରସାଶନ ପକ୍ଷରୁ ଉଦ୍ୟମ କରାଯାଉଛି ହେଲେ ବୃଦ୍ଧା ଜଣକ ବୃଦ୍ଧାଶ୍ରମକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏତିକିରେ କାମ ସାରିଦେଇଛି ଜିଲ୍ଲା ପ୍ରଶାସନ । ତେବେ କ’ଣ ପାଇଁ ୭୦ ବର୍ଷିୟ କର୍ପୁର ପୁଟେଲ ବୃଦ୍ଧାଶ୍ରମକୁ ଯାଇ ରହିବାକୁ ମନା କରୁଛନ୍ତି ତାହର କାରଣ କେହି ପଚାରୁନାହାନ୍ତି । ତେବେ ଏହାର କାରଣ ଖୋଜିବାକୁ ଆମ ପ୍ରତିନିଧି ବୃଦ୍ଧାଙ୍କ ପାଖରେ ପହଁଚିଥିଲେ । ବୃଦ୍ଧାଙ୍କୁ କାହିଁକି ବୃଦ୍ଧାଶ୍ରମ ଯିବାକୁ ମନା କରୁଛ ବୋଲି ପ୍ରଶ୍ନ କରିବାରୁ କାନ୍ଦି ପକାଇ କର୍ପୁର କହିଲେ ଯେତେ ବେଳେ ମୋର ଗୋଡ ହାତ ଚାଲୁଥୁଲା ସେ ସମୟରେ କେହି ବି ମୋ ପାଖକୁ ଦୁଃଖ ବୁଝିବାକୁ ଆସିନଥିଲେ । ଏବେ ମୃତ୍ୟୁ ସହିତ ସଘର୍ଷ କରୁଥୁବା ସମୟରେ ମତେ ନେବାକୁ ଆସିଛନ୍ତି । ସେଠାକୁ ଗଲେ କଣ ମୋର ଦୁଃଖ ଦୂର ହୋଇଯିବ ।ସମସ୍ତେ ମତେ ପର କରିଦେଲେ । ହେଲେ ମୋ ପାଇଁ ଯିଏ ଭଗବାନ ସାଜିଛି ସେ ହେଉଛି ଡିଙ୍ଗର । ନିଜ ଲୋକ ନହୋଇ ମଧ୍ର ମୋ ପାଇଁ ସେ ଦାନା ଯୋଗଉଛି । ତାକୁ ଦେଖିଲେ ମୋର ଦୁଃଖ ହାଲକା ଲାଗିଯାଏ । ସେଥିପାଇଁ ମୁ ବାହାରକୁ ଯିବିନି ବୋଲି ସେ କହିଛନ୍ତି । ଯଦି ମୋ ପାଇଁ ଏତେ ଦରଜ ଅଛି ତା ହେଲେ ମତେ ଏଠି ରହିବାକୁ ଭଲ ଘରଟିଏ କରିଦିଅ । ଔଷଧ ପ୍ରତ୍ର ଯୋଗାଇ ଦିଅ ବୋଲି ସେ କହିଛନ୍ତି । ସୂଚନାରୁ ପ୍ରକାଶ ଯେ, ବେଲପଡା ବ୍ଲକର ଖଲିପଥର ଗାଁର କର୍ପୂର ପୁଟେଲ ଗାଁରେ ପରିବାର ଲୋକଙ୍କ ସହ ହସଖୁସିର ଜୀବନ ବଞ୍ଚୁଥିଲେ । ହାତ ଗୋଡରେ କିଛି ଲକ୍ଷଣ ଦେଖା ଦେବାରୁ ତାଙ୍କୁ କୁଷ୍ଠ ରୋଗ ହୋଇଛି କହି ଗାଁରୁ ବାସନ୍ଧ କରି ଦେଇଥିଲେ ଲୋକେ । ନିଜ ପରିବାର ଲୋକ ମଧ୍ୟ ପର କରିଦେଲେ । ସେବେଠାରୁ ପାଟଣାଗଡ ଚାଲି ଆସିଥିଲେ କର୍ପୂର ଏବଂ ରାମପୁରର ଏକ ନିଛାଟିଆ ସ୍ଥାନରେ ବସବାସ କରି ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି । ପ୍ରଥମେ ସେ ଭିକ୍ଷାବୃତ୍ତି କରି ଚଳୁଥିଲେ । ପରେ ଡିଙ୍ଗରଙ୍କ ପରିବାର ବୃଦ୍ଧାଙ୍କ ପାଇଁ ଦାନା ଯୋଗଇ ଦେଉଛି । ବୃଦ୍ଧାଙ୍କୁ ହାତ ଗୋଡ ଚାଲୁ ନଥିବାରୁ ତାଙ୍କ ପାଇଁ ଏ ଯୋଜନା କ’ଣ ହେବ ବୋଲି କହି ତାଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗଇ ଦେବାକୁ ଡିଙ୍ଗର ପୁଟେଲଙ୍କ ପରିବାର ଲୋକେ ଦାବୀ କରିଛନ୍ତି ।