pr

ନାଟ ରସିଆ ଗ୍ରୁପର କର୍ମକର୍ତ୍ତା ଚୟନ : ବୌଦ୍ଧ-ସୋନପୁରର କଳାକାରଙ୍କୁ ନେଇ ଗଠିତ

dr. purohit

ବୌଦ୍ଧ, (ମମତା ମହାକୁର) : ମଂଚନାଟକକୁ ସୁଦୃଢ଼ କରିବା ପାଇଁ ନାଟ ରସିଆ ଗ୍ରୁପର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ଅଧ୍ୟକ୍ଷା ଭାବେ ସୋନପୁର ଜିଲ୍ଲା ସୁନାମଧନ୍ୟ କଳାକାର ଶ୍ରଦ୍ଧାଞ୍ଜଳୀ ମିଶ୍ର ମୋନନୀତ ହୋଇଥିବା ବେଳେ ଉପାଧ୍ୟକ୍ଷ ଭାବେ ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକର ସୁରେନ୍ଦ୍ର କମ୍ପ ଓ ମୁଖ୍ୟ ବିତ୍ତ ଅଧିକାରୀ ଭାବେ ନାରୀ କଳାକାର ଅଞ୍ଜଳୀ ପାଢ଼ୀ, ସଂପାଦକ ଭାବେ ସୁକାନ୍ତ ପ୍ରଧାନ ଓ ସଂଚାଳକ ଭାବେ ଶିବ କମ୍ପ ମନୋନୀତ ହୋଇଥିବା ବେଳେ କାର୍ୟ୍ୟକାରିଣୀ ସଦସ୍ୟ ଭାବେ ଧ୍ରୁବଚରଣ ଦେହୁରୀ, ଆରତ କ୍ଷେତୀ, ଗୋପାଳ କୃଷ୍ଣ ପ୍ରଧାନ, ଗୋବର୍ଦ୍ଧନ ନାଏକ, ହିମାଂଶୁ ପାତ୍ର, କସ୍ତୁରୀ ପ୍ରଧାନ, ତ୍ରିପୁରାରୀ ପ୍ରଧାନ, ମଣ୍ଟୁ ଶଥପତି, ପ୍ରମୁଖ ମନୋନୀତ ହୋଇଥିବା ବେଳେ ମୁଖ୍ୟଉପଦେଷ୍ଟା କମିଟିରେ ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର ଓ ବରିଷ୍ଠ କଳାକାର ଅର୍ଜୁନ ବସ୍ତିଆ ଓ ଉପଦେଷ୍ଟା ଭାବେ ଲିଙ୍ଗରାଜ ପ୍ରଧାନ, ବାମନ ଚରଣ ମହାନ୍ତି ପ୍ରମୁଖ ରହିଛନ୍ତି । ମଂଚନାଟକକୁ ସୁଦୃଢ କରିବାର ମୁଖ୍ୟଲକ୍ଷ୍ୟ ବୋଲି ମୋନନୀତ କାର୍ୟ୍ୟକର୍ତା କହିଥିବା ବେଳେ ଖୁବଶୀଘ୍ର କାର୍ୟ୍ୟକାରିଣୀ ବସି ନୂତନ ଯୋଜନା ପ୍ରସ୍ତୁତ ହେବ ବୋଲି ନୂତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ମିଶ୍ର କହିଛନ୍ତି ।

nrusinghnath
Leave A Reply

Your email address will not be published.