pr

ତହଁକ୍ ତିହାର୍ ପାଇଁ ବାଜିଲା ବିଗୁଲ୍ : ମାର୍ଚ୍ଚ ୧୫/୧୬ରେ କାର୍ଯ୍ୟକ୍ରମ

dr. purohit

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ତହଁକ୍ କବିତା ଶାଲ୍ ଠାରେ ତହଁକ୍ କୁଟୁମ୍‌ର ତହଁକ୍ ତିହାର୍ ପାଇଁ କବି ଦିଗାମ୍ବର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି ଏକ ପ୍ରସ୍ତୁତି ବୈଠକ । ଏହି ବୈଠକରେ ଚଳିତ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି କାର୍ଯ୍ୟକ୍ରମ କରାଯିବ ବୋଲି ସଂପାଦକ ରାଜେଶ ଦଣ୍ଡସେନା ଘୋଷଣା କରିଥିଲେ । ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁଙ୍କ ସଂଯୋଜନାରେ ବାର୍ଷିକ ସାହିତ୍ୟ ପତ୍ରିକା ତହଁକ୍ ପ୍ରକାଶିତ ହେବ ବୋଲି ମତ ଦେଇଥିଲେ । ଏହି ବୈଠକରେ ସାହିତ୍ୟିକ ନିରଞ୍ଜନ ପଣ୍ଡା, ଦିଲ୍ଲୀପ କୁମାର ମିଶ୍ର, ଜଗବନ୍ଧୁ ପଟେଲ, ଗୋପାଳ ମେହେର, ବାସନ୍ତୀ ମଞ୍ଜରୀ ହନୁମାନ, ରବିନ୍ଦ୍ର କୁମାର ସାହୁ, ଧର୍ମେନ୍ଦ୍ର ପ୍ରଧାନ, ବୈରାଗୀ ସାହୁ, ମିଲନ ପଣ୍ଡା, ଭରତ ମେହେର, ନିକିତା ସା ଏବଂ ସାଲିନି ସା ପ୍ରମୁଖ ଯୋଗଦେଇ ଏ ବର୍ଷ କାର୍ଯ୍ୟକ୍ରମକୁ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । କଳା, ସାହିତ୍ୟ ଏବଂ ସଂସ୍କୃତିର ପର୍ବ ତହଁକ୍ ତିହାର୍‌ରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ କମିଟି ନିଷ୍ପତ୍ତି ନେଇଥିଲା । ଶେଷରେ ପରିଚାଳନା ସଂପାଦକ ଦିଲ୍ଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.