କୃଷକ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଲା ନୂଆ ସରକାରଙ୍କ ପ୍ରଥମ ନିଷ୍ପତ୍ତି

  • ପିଏମ୍‌ କିଷାନ ସମ୍ମାନ ନିଧି ଅର୍ଥରାଶି ଜାରି କରିବା ସଂକ୍ରାନ୍ତ ପ୍ରଥମ ଫାଇଲ୍‌ରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ
  • କୃଷକ କଲ୍ୟାଣ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ୍‌ କୃଷକ କଲ୍ୟାଣ ସହ ଜଡିତ : ପ୍ରଧାନମନ୍ତ୍ରୀ
  • ଆଗାମୀ ଦିନରେ ଆମେ କୃଷକ ଓ କୃଷି କ୍ଷେତ୍ର ପାଇଁ ଆହୁରି ଅଧିକ କାମ କରିବାକୁ ଚାହୁଁଛୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ନିଧିର ୧୭ତମ କିସ୍ତି ଜାରି କରିବା ପାଇଁ ତାଙ୍କର ପ୍ରଥମ ଫାଇଲ୍‌ରେ ସ୍ୱାକ୍ଷର କରିଛନ୍ତି । ଏହା ଦ୍ୱାରା ୯ କୋଟି ୩୦ ଲକ୍ଷ କୃଷକ ଉପକୃତ ହେବେ ଏବଂ ସେମାନଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ବିତରଣ କରାଯିବ । ଫାଇଲ୍‌ରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘କୃଷକଙ୍କ କଲ୍ୟାଣ ପାଇଁ ଆମର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ୍‌ କୃଷକ କଲ୍ୟାଣ ସହ ଜଡିତ ହେବା ଏକ ଉପଯୁକ୍ତ ନିଷ୍ପତ୍ତି । ଆଗାମୀ ଦିନରେ ଆମେ କୃଷକ ଓ କୃଷି କ୍ଷେତ୍ର ପାଇଁ ଆହୁରି ଅଧିକ କାମ କରିବାକୁ ଚାହୁଁଛୁ ।

Leave A Reply

Your email address will not be published.