oom

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀର ଅଡିସନ୍‌ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀର ଅଡିସନ୍‌ କାର୍ଯ୍ୟକ୍ରମ ସଫଳତା ସହ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଡିସନ୍‌ରେ ପୋଡପିଠା, ରଜ ରାଜକୁମାରୀ, ରଜ ସଜବାଜ, ପୁଚିଖେଳ ଆଦି ପ୍ରତିଯୋଗିତା କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ବିଚାରକ ଭାବେ ଓଲିଉଡ଼ ଅଭିନେତ୍ରୀ ଶ୍ରେୟା ମହାନ୍ତି, ସବିତା ବସ୍ତିଆ, ରଶ୍ମିରାଣୀ ପଣ୍ଡା, ଦୀପମାଲା ଲାକ୍ରା, କିରଣ ଗୁପ୍ତା, ନଳିନୀ ପଟ୍ଟନାୟକ, ପ୍ରଣତୀ ମହାନ୍ତି, ଅନୁପମା ବେହେରା ପ୍ରମୁଖ ଯୋଗଦେଇ ଥିଲେ । ମୋନାଲିସା ଗୌଡ, ମୋନାଲିସା ସାହୁ ଓ ମୌସୁମୀ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ, ଚ୍ୟାମ୍ବର ଅଫ୍ କମର୍ସର ଉପସଭାପତି ସନ୍ତୋଷ ଅଗ୍ରୱାଲ ଓ ରାଉରକେଲା କ୍ଲବର ସମ୍ପାଦକ ମାନସ ମହାରଣା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଗରିମା ପରିବାରର ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ, ସମ୍ପାଦକ ଡ. ସରିତା ମଲ୍ଲ, ସୁମିତା ମହାନ୍ତି ପ୍ରମୁଖ ଗରିମା ପରିବାରର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ଦିନ ଓଲିଉଡ଼ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଦେବସ୍ମିତା ମୁଖ୍ୟ ଆକର୍ଷଣ ହେବା ସଂଗେ ସଂଗେ ଅଡିସନ୍‌ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ବୋଲି ଜଣାପଡିଛି । ଅଡିସନ୍‌ ସମୟରେ ଅନୁଷ୍ଠାନର ଉପଦେଷ୍ଟା ରଶ୍ମିତ କୁମାର ସାହାଣୀ, ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନା ଓ ଅନ୍ୟମାନଙ୍କ ମଧ୍ୟରେ ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ଲୀନା ତ୍ରିପାଠୀ, ଦେବସ୍ମିତା ଶତପଥୀ, ଲୁସି ଦାଶ, ସୁନିତା ଶ୍ରୀନିବାସନ, ମମତା ଦାସ, ମୀନାକ୍ଷୀ ପାଢ଼ୀ, ସସ୍ମିତା ମିଶ୍ର, ସବିତା ମହାପାତ୍ର, ରଶ୍ମି ନାୟକ, ରଶ୍ମିତା ଚୌଧୁରୀ, ତପସ୍ୱିନୀ ପାତ୍ର, ମୀନତି ମୋଦୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.