p purohi

ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କଲେ କଳାହାଣ୍ଡିର କବି

dr. purohit

ଭବାନୀପାଟଣା, (ହେମ‌ନ୍ତ ସାହୁ) : କବି ଓ କବିତାକୁ ନେଇ ମାର୍ଚ୍ଚ ୨୧ ତାରିଖ ଆୟୋଜିତ ବିଶ୍ୱ କବିତା ଦିବସ ଅବସରରେ ଆନ୍ତର୍ଜାତିକ କବିତା ମହୋତ୍ସବରେ ଭାରତର ପ୍ରତିନଧିତ୍ୱ କରିଛନ୍ତି କବି ଭବାନୀଶଙ୍କର ନିଆଲ । ଏଥିରେ ଚାଇନାରୁ ସେନ-ଶିଉ-ଚେନ, କିଟି ସୁ, ତାଇୱାନରୁ ମିୟୁ ଇତୁ, ଭିଏତନାମରୁ ଡେଙ୍ଗ ଥେନ, ଆମେରିକାରୁ ମିହୋ ନୋନାକା, ଜାପାନରୁ ମାରି କାସିବାଗି ଯୋଗ ଦେଇଥିଲେ । କଳାହାଣ୍ଡିର କବି ଶ୍ରୀ ନିଆଲ ଓଡ଼ିଆ ଭାଷାରେ ଲେଖୁଥିଲେ ହେଁ କ୍ରମାଗତ ଭାବରେ ବିଶ୍ୱର ବିଭିନ୍ନ ଭାଷାରେ ତାଙ୍କର କବିତା ସବୁ ଅନୂଦିତ ହୋଇ ସମଗ୍ର ୟୁରୋପରେ ଚର୍ଚ୍ଚାର ପରିସରରେ ରହିଛି । ସାହିତ୍ୟ ପତ୍ରିକା ମହୁରି, ମାସିକ ସମ୍ବାଦପତ୍ର ବନ୍ଦେ କଳାହାଣ୍ଡିର ମୁଖ୍ୟ ସମ୍ପାଦକ ଭାବେ କାର୍ୟ୍ୟ କରିବା ସହ ତାଙ୍କର ଓଡ଼ିଆରେ ୩ଟି ଓ ହିନ୍ଦୀରେ ୨ଟି କବିତା ସଙ୍କଳନ ରହିଛି । ଏଥି ସହ ଇଂରାଜୀ, ଇଟାଲୀ, ସର୍ଭିକ୍ ଭାଷାରେ ୨ଟି ଲେଖାଏଁ କବିତା ସଂକଳନ ପ୍ରକାଶନ ଅପେକ୍ଷାରେ ଅଛି ।

ଏହି କବିତା ପର୍ବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହେବା ସହ ଫେସବୁକରେ ସିଧା ପ୍ରସାରଣ ହୋଇଥିଲା । ବିଶ୍ୱରେ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାମ କରୁଥିବା ଅନ୍ତରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥା ପୋଷିଆ ୱାର୍ଲଡ଼ ଇଟାଲୀ ପକ୍ଷରୁ ଏହା ଆୟୋଜିତ ହେଇଥିଲା । ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଇଟାଲୀୟନ ସମ୍ପାଦକ ଜିନଲୋକ ବେରଟେନି ଅଧ୍ୟକ୍ଷତା କରିଥିବା ବେଳେ ସଭା ସଂଚାଳନ କରିଥିଲେ ପ୍ରଖ୍ୟାତ ଇଟାଲୀୟ କବି ଇମାନୁଏଲା ରିଜୋ। ଏଥିରେ ବିଶିଷ୍ଟ କବି ଲୁକା ଏରିଏନୋ, ଏଲିସିଓ ଜେନିଚେଲି, ଆଣ୍ଟାନିଓ ନାଟାଲି ରୋଜି ଉପସ୍ଥିତ ଥିଲେ।
କବି ଶ୍ରୀ ନିଆଲଙ୍କ ଏହି ସଫଳତାରେ ଦେଶର କୋଣ ଅନୁକୋଣରୁ ସାହିତ୍ୟିକ ଓ ପାଠକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

nrusinghnath
Leave A Reply

Your email address will not be published.