ଚଳିତ ବର୍ଷ +୨ ପରୀକ୍ଷାରେ ରହିବ ୫୦% ମଲ୍ଟିପୁଲ୍ ଚଏସ୍ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଢାଞ୍ଚା ବଦଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ପାଇଁ ୧ ନମ୍ବର ଲେଖାଏ ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ସେହିପରି ହାରାହାରି ୨୦ ପ୍ରତିଶତ ରହିବ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପସନ୍ ରହିବ । ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନର ମୂଲ୍ୟ ୫ ମାର୍କ ଭିତରେ ସୀମିତ ରହିବ । ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ପରୀକ୍ଷା ଫି’ ନେଇ କିଛି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି ।

Leave A Reply

Your email address will not be published.