ls

ହୋଲି ଖେଳ ହେଲା କାଳ : ଗାଧୋଉଥିବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

sb

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ହୋଲି ଖେଳ ହେଲା କାଳ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗାଁରେ ଅଘଟଣ ଘଟିଛି । ଗତକାଲି ଅପରାହ୍ନରେ ବନ୍ଧୁ ମାନଙ୍କ ସହ ହୋଲି ଖେଳ ପରେ ସାହାଜବାହାଲ ହନୁମାନ ମନ୍ଦିର ପଛପଟେ ଥିବା ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଯୁବକ ହେଲେ ବଲାଙ୍ଗିର ସିଭିଲ କୋର୍ଟର ସ୍ଥାୟୀ ଲୋକ ଅଦାଲତର କନିଷ୍ଠ କିରାଣୀ ସମୀର ପ୍ରଧାନ । ସ୍ଥାନୀୟ ଲୋକେ ସମୀରଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ନିକଟସ୍ଥ ଶିବତଲା ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ଗତକାଲି ସଂଧ୍ୟାରେ ବଲାଙ୍ଗିର ଡାକ୍ତରଖାନାର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

pc pk
Leave A Reply

Your email address will not be published.