ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟରେ ନୂଆ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ ଉଦ୍‌ଯାପନୀ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ-ଓ କାର୍ଯ୍ୟକ୍ରମ ସ୍ଥାନୀୟ ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓ ଏହି ମହାବିଦ୍ୟାଳୟ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ୨୩ ତାରିଖ ଶନିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ଦିନ ବ୍ୟାପୀ ଏହି ସମାରୋହରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ତଥା ସୃଜନଶୀଳତା ବିଭାଗରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି । ଆଜିର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ବିଭାଗର କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଡ. ଦଳଗୋବିନ୍ଦ ବିଶି, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଣବ କିଶୋର ପୁରୋହିତ, ତିନି ବିଭାଗର ନୋଡାଲ ଅଧିକାରୀ ପ୍ରାଧ୍ୟାପକ ଡ. ଉମେଶ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ଶତପଥୀ, ବିଧାନ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଅଧ୍ୟକ୍ଷ ଡ. ପ୍ରଣବ କିଶୋର ପୁରୋହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଯୁକ୍ତଦୁଇ ଅଧ୍ୟକ୍ଷ ବିଧାନଚନ୍ଦ୍ର ମିଶ୍ର ନୂଆ-ଓ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଡ. ରମାକାନ୍ତ ବେହେରା । ମଞ୍ଚ ପରିଚାଳନା କରିବାରେ ସହଯୋଗ କରିଥିଲେ ଶ୍ରୀମତୀ ସସ୍ମିତା ପାଣିଗ୍ରାହୀ, ଅରୁଣ ପ୍ରଧାନ, ଶ୍ରୀମତୀ ଅଳକା ନନ୍ଦ ପ୍ରଧାନ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ କଳାକୁ ବିକଶିତ କରିବା ପାଇଁ ସରକାର ଚେଷ୍ଟିତ ବୋଲି କହିବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ସର୍ବବିଧି ଉନ୍ନତି ଦିଗରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଅଧ୍ୟାପକ ଡ. ରମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ-ଶିକ୍ଷକ କର୍ମଚାରୀମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.