ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳୁ ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସେହି ଗାଁର କେତେକ ଯୋଗ୍ୟ ହିତାଧିକାରୀ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ ଆଣିଛନ୍ତି । ସେହି ଗାଁର ବିଶାଖା ସାହୁ, ଝସକେତନ ସାହୁ, ଯାଦବ ସାହୁ, ଦୁର୍ୟ୍ୟୋଧନ ସାହୁ, ନାରାୟଣ ସାହୁ, ଜୟଦେବ ସାହୁ, ଶକୁନ୍ତଳା ମର୍ହ, ଚକ୍ର ମର୍ହ ପ୍ରମୁଖ ଯୋଗ୍ୟ ହିତାଧିକାରୀ ଅଟନ୍ତି । ଏହି ଲୋକମାନେ ପ୍ରଧାନମନ୍ତ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାର କଥା । କିନ୍ତୁ ଏମାନଙ୍କ ନାମ ଇନକ୍ମୋଜର ତାଲିକାରେ ଥାଇ ମଧ୍ୟ ଘର ପାଇବାରେ ବଞ୍ଚିତ ହୋଇଛନ୍ତି । ସେହି ଗାଁର ମଲା ଲୋକଙ୍କ ନାମରେ ଘର ମିଳୁଛି ବୋଲି ମଧ୍ୟ ଅଭିଯୋଗ କରୁଛନ୍ତି । ବ୍ଲକର କେତେକ କର୍ମଚାରୀଙ୍କ ସହଯୋଗରେ ସଲାସୁତୁରା କରି ଧନୀ ଲୋକ ମାନେ ଘର ପାଉଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଘର ପାଉନାହାନ୍ତି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ହେଲା ପରେ ସଂପୃକ୍ତ କର୍ମଚାରୀ ମାନେ ଗାଁକୁ ଯାଇ ତୁମ ମାନଙ୍କ ଘର ମଞୁର ହୋଇଯାଇଛି ବୋଲି ଫଟୋ ଉଠାଇଥିଲେ ମଧ୍ୟ ଘର ମିଳି ନାହିଁ । ତେଣୁ ଉପରୋକ୍ତ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଆଗାମୀ ସମୟରେ ଘର ଯୋଗାଇ ଦିଆନଯାଏ ତେବେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବୁ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.