om academy

ବଲାଙ୍ଗିରରେ ଯୋଗ ଦେଲେ ନୂତନ ଉପଜିଲ୍ଲାପାଳ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ନୂତନ ଉପଜିଲ୍ଲାପାଳ ଭାବେ ସୁଧାକର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜସ୍ୱ ଆଦାୟ କିଭଳି ଅଧିକ ହେବ ସେ ଉପରେ ଦୃଷ୍ଟି ଦେବା ସହିତ ପିଡିଏସ ବ୍ୟବସ୍ଥା କିଭଳି ସୂଚାରୁ ରୂପେ ଚାଳିବ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରହିବ ସେ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ତେବେ ବଲାଙ୍ଗିରରେ ଚାଲିଥିବା ଜବର ଦଖଲ ଉଚ୍ଛେଦ ସମ୍ପର୍କରେ ପଚରାଯିବାରୁ, ସ୍ଥିତି ଅନୁଧ୍ୟାନ କରିବା ପରେ ସେ ଏ ସମ୍ପର୍କରେ କହିବେ ବୋଲି କହିଥିଲେ । ବଲାଙ୍ଗିରର ଉନ୍ନତି ପାଇଁ ସମସ୍ତଙ୍କୁ ନେଇ ସେ କାମ କରିବେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ , ପୂର୍ବରୁ ୩ ବର୍ଷ ଧରି ଶ୍ରୀ ନାୟକ ଟିଟିଲାଗଡ ଉପଜିଲ୍ଲାପାଳ ଭାବେ କାମ କରିଥିବା ବେଳେ ନିକଟରେ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ତାଙ୍କୁ ବଦଳି କରାଯାଇଥିଲା । ସେଠାରୁ ତାଙ୍କୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଅଧିକାରୀ ଭାବେ ପଠା ଯାଇଥିଲା । ଅପର ପକ୍ଷରେ ବଲାଙ୍ଗିରରେ ଅବସ୍ଥାପତି ଥିବା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ରାଜ୍ୟ ସରକାର ଗତ ୪ ତାରିଖରେ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚାରଣ କରିଥିବା ମାମଲାରେ ନିଲମ୍ବନ କରିଥିଲେ ।

Leave A Reply

Your email address will not be published.