om academy

ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ (ମେନ) ପରୀକ୍ଷାର୍ଥୀଙ୍କ ପାଇଁ ରାଉରକେଲା ପ୍ରଶାସନ ତରଫରୁ ଦେୟମୁକ୍ତ ରହଣି ପାଇଁ ବିଶେଷ ବ୍ୟବସ୍ଥା

jsm

ରାଉରକେଲା, (କେପିଏନ୍‌ଏସ୍‌) : ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ(ମେନ) ପରୀକ୍ଷାର୍ଥୀଙ୍କ ପାଇଁ ରାଉରକେଲା ପ୍ରଶାସନ ତରଫରୁ ରହଣି ବ୍ୟବସ୍ଥା କରାଯାଇଛି । ଏହି ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ(ମେନ) ପରୀକ୍ଷା ସେପ୍ଟେମ୍ବର ୧ ତାରିଖ ରୁ ସେପ୍ଟେମ୍ବର ୬ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦୈନିକ ୨ ଗୋଟି ସିଟିଙ୍ଗରେ ଅନୁଷ୍ଠିତ ହେବ । ପ୍ରଥମ ସିଟିଙ୍ଗ ପୂର୍ବାହ୍ନ ୯ ଘଣ୍ଟାରୁ ଅପରାହ୍ନ ୧୨ ଘଣ୍ଟା ପର୍ୟ୍ୟନ୍ତ ହେବାକୁ ଥିବାବେଳେ ୨ୟ ସିଟିଙ୍ଗ ପରୀକ୍ଷା ଅପରାହ୍ନ ୩ ଘଣ୍ଟାରୁ ଘ.୬.୩୦ମି. ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ରାଉରକେଲାଠାରେ ପରୀକ୍ଷା କେନ୍ଦ୍ର ଭାବେ ରାଉରକେଲା ପଦ୍ମନାଭ ଇଂଜିନିୟରିଂ କଲେଜକୁ ଚି଼ହ୍ନଟ କରାଯାଇଛି । ରାଉରକେଲା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସୁଥିବା ପରୀକ୍ଷାର୍ଥୀମାନଙ୍କ ଦେୟମୁକ୍ତ ରହଣି ନିମନ୍ତେ ୟୁଜିଆଇଇ ହୋଷ୍ଟେଲ, ରାଉରକେଲା (ଜେଲ ରୋଡ଼) ଠାରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛିା ଇଛୁକ ପରୀକ୍ଷାର୍ଥୀ /ପରୀକ୍ଷାର୍ଥିନୀ ଏହି ସୁବିଧା ନେବାକୁ ଅନୁରୋଧ କରାଯାଉଛି । ଆବଶ୍ୟକ ମତେ ତାଙ୍କର ରହଣି ଆଦି ବିଷୟ ପାଇଁ ଜିଲ୍ଲା ନୋଡାଲ ଅଧିକାରୀ ପ୍ରିନସିପାଲ, ୟୁଜିଆଇଇ.ଙ୍କ ମୋ.ନମ୍ବର ୯୪୩୭୬୫୪୭୯୮, ୭୦୦୮୦୦୩୪୦୨ରେ ଯୋଗାଯୋଗ କରିବାକୁ ରାଉରକେଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.