pr

ଏସ୍‌.ସି.ଏସ୍‌. କଲେଜରେ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

dr. purohit

ତରଭା, (ଜିତେନ୍ଦ୍ର ସା) : ଆଜି ପୂର୍ବାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ନେତାଜୀ ସୁବାଷ ଚନ୍ଦ୍ରବୋଷଙ୍କର ୧୨୫ତମ ଜୟନ୍ତୀ ସରକାରଙ୍କ ନିର୍ଦ୍ଦେଶିତ କୋଭିଡ୍‌-୧୯ ନିୟମାବଳୀ ଅନୁଯାୟୀ ପାଳିତ ହୋଇଛି । ମାହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌.ସି.ସି) ଏବଂ ଜାତୀୟ ସେବା ଯୋଜନା (ଏନ୍‌.ଏସ୍‌.ଏସ୍‌) ଛାତ୍ର ଛାତ୍ରୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଶଙ୍କର୍ଷଣ ଦାଶ, ଏନ୍‌.ସି.ସି କମାଣ୍ଡିଂ ଅଫିସର କର୍ଣ୍ଣେଲ୍‌ ସୁଦର୍ଶନ ଯୋଶୀ, ଏନ୍‌ସିସିି ପ୍ରଶାସନିକ ଅଧିକାରୀ କର୍ଣ୍ଣେଲ୍‌ ପ୍ରସନ୍ନ କୁମାର ପଣ୍ଡା ଏବଂ ପ୍ରାକ୍ତନ ଅଧ୍ୟକ୍ଷ ଡଃ ତପନ କୁମାର କାନୁନ୍‌ଗୋ ଉପସ୍ଥିତ ରହି ଯୁବ ଛାତ୍ର ଛାତ୍ରୀ ମାନଙ୍କୁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ତଥା ତ୍ୟାଗ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଯୁବପିଢି ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦେଶ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ମହାବିଦ୍ୟାଳୟର ଏନ.ସି.ସି ଅଧିକାରୀ ଡଃ ସଞ୍ଜୟ କୁମାର ସୁନ୍ଦରାୟଙ୍କ ଦକ୍ଷତାପୂର୍ଣ୍ଣ ତତ୍ତ୍ୱାବଧାନରେ ସୁପରିଚାଳିତ କାର୍ଯ୍ୟକ୍ରମଟି ସହରର ସାମ୍ବାଦିକ, ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ପରିପୁଷ୍ଟ ହୋଇଥିଲା ।

nrusinghnath
Leave A Reply

Your email address will not be published.