oom

ପବିତ୍ର ଦଶହରା ନବରାତ୍ର ପୂଜା ତଥା ପର୍ବ ପାଳନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଜରୁରୀ ସୂଚନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତଥା ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଇଛି ଯେ, ଚଳିତ ବର୍ଷ ୨୦୨୦ ପବିତ୍ର ଦଶହରା ନବରାତ୍ର ପୂଜା ତଥା ପର୍ବ ପାଳନ (ଆସନ୍ତା ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ) ରାଜ୍ୟ ସରକାରଙ୍କ କୋଭିଡ-୧୯ ତା.୦୧.୧୦.୨୦୨୦ ଗାଇଡ୍‌ ଲାଇନ୍‌ ଅନୁଯାୟୀ ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ମୁକାବିଲା ପାଇଁ କଟକଣା ଜାରି ରହିଥିବା ହେତୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ନିରାଡମ୍ବରଯୁକ୍ତ ଏବଂ ବିନା ଭକ୍ତ ଜନସମାବେଶରେ କେବଳ ପରମ୍ପରା ଏବଂ ବିଧି ରକ୍ଷା ପୂର୍ବକ ମନ୍ଦିର ପୀଠ ପରିସରରେ ଅନୁମତି ପ୍ରାପ୍ତ ମନ୍ଦିର ସେବାୟତଙ୍କ ଦ୍ୱାରା ଯଥା ରୀତିନୀତି, ସାମାଜିକ ଦୂରତ୍ୱ ବଜାୟ ଏବଂ ମୁହଁରେ ମାସ୍କ ପରିଧାନ କରି ପୂଜା ସମାହିତ କରିବେ । ବଲାଙ୍ଗିର ଦେବୋତ୍ତର ବିଭାଗ ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉପରୋକ୍ତ ଘୋଷଣା କରାଯାଇଥିବା ବେଳେ ଏହି ଘୋଷଣା ଅନୁସାରେ ବଲାଙ୍ଗିର ସହର ଏବଂ ଉପଖଣ୍ଡ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।

jittmm
Leave A Reply

Your email address will not be published.