pr

ଦ୍ବିତୀୟ ଦିନରେ କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଆଜି ଦ୍ବିତୀୟ ଦିନରେ ବଲାଙ୍ଗିର, ଗୁଡଭେଲା ଓ ଲୋଇସିଂହାର ଚାଷୀମାନଙ୍କୁ ନେଇ କୃଷି ସଂପର୍କୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକର ବିକାଶ ସହ କମ ସମୟରେ ଅଧିକ ଅମଳ ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଶୈଳୀରେ ତିଆରି ହୋଇଥିବା ଏବଂ ଉନ୍ନତମାନର ଯନ୍ତ୍ରପାତି ଗୁଡିକ ପ୍ରଦର୍ଶିତ ହେଉଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ନିର୍ଦ୍ଦେଶକ ଉଦ୍ୟାନକୃଷି ପ୍ରମୋଦ କୁମାର ସେଠୀ ଉଦ୍ୟାନ କୃଷି ଯୋଜନା ଓ ଏହାର ରିହାତି, କୃଷି ଜିଲ୍ଲା ଅଧିକାରୀ ତଥା ରାଇଟ ଅଧ୍ୟକ୍ଷ ଲାଲବିହାରୀ ମଲ୍ଲିକ ଧାନର ରୋଗ ପୋକ ଚିହ୍ନଟ ଓ ପରିଚାଳନା, ପୋକ ମାନ, ମୂତ୍ତିକା ରସାୟନବିତ ବିମ୍ବାଧର ସାହୁ ମାଟିର ସ୍ୱାସ୍ଥ୍ୟ ପରିଚାଳନା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ସତ୍ୟମୟ ଶତପଥୀ ଚିରନ୍ତନୀ କୃଷି ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ । ପାରମ୍ପରିକ କୃଷିପଦ୍ଧତି ବଦଳରେ ଉନ୍ନତ ଶୈଳୀରେ କୃଷି କାର୍ଯ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଦ୍ଵାରା କୃଷକମାନଙ୍କର ସାମଗ୍ରିକ ଉନ୍ନତି ହେବା ସହିତ କୃଷକର ଆୟକୁ ଦୁଇଗୁଣ ହୋଇପାରିବ । ମଞ୍ଚ ପରିଚାଳନା କରିଥିଲେ ସହକାରୀ କୃଷି ଅଧିକାରୀ ସୁନନ୍ଦା ସାହୁ । ଶେଷରେ ଲୋଇସିଂହାର ସଂଗୀତ ସାଧନା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

nrusinghnath
Leave A Reply

Your email address will not be published.