ଜନ୍ମଜେୟଙ୍କୁ ଜାତୀୟସ୍ତର ଆମ୍ବେଦକର ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଦଳିତ ସାହିତ୍ୟିକ ତଥା ସମାଜସେବୀ ଜନ୍ମଜେୟ ବାରିକଙ୍କୁ ଜାତୀୟ ସ୍ତରର ସମ୍ମାନ ଦିଲ୍ଲୀଠାରେ ପ୍ରଦାନ କରାଯାଇଛି । ସୂଚନାଯୋଗେ ଯେ, ନୁଆଦିଲ୍ଲୀର ଜରୋଦା ଗ୍ରାମସ୍ଥିତ ପଞ୍ଚଶୀଳ ଆଶ୍ରମରେ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ଡିସେମ୍ବର ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ୩୯ତମ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଦଳିତ, କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନନ୍ୟା ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନ୍ମଜେୟଙ୍କୁ ଦଳିତ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ୍ବେଦକର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ବାରିକଙ୍କୁ ଜିଲ୍ଲା ଦଳିତ ସମାଜ ତଥା ଅନ୍ୟନ୍ୟ ସଂଗଠନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.