ଗଞ୍ଜାମରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କ ଜନ୍ମ ମହୋତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସତସଙ୍ଗ ବିହାର ପରିସରରେ ସୋମବାର ଦିନ ଶ୍ରୀ ଶ୍ରୀ ବଡ଼ ମାଙ୍କ ୧୩୦ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଭଜନ, କୀର୍ତନ ସହ ଶ୍ରୀ ଶ୍ରୀ ଠାକୁରଙ୍କ ଓ ଶ୍ରୀ ବଡ଼ମାଙ୍କ ଭାବଧାର ଉପରେ ଆଲୋଚନା ହୋଇଥିଲା । ଠାକୁରଙ୍କ କର୍ମୀ ଗଜେନ୍ଦ୍ର ତାରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସତସଙ୍ଗରେ ମୁଖ୍ୟ ବକ୍ତା ଭାବେ ନବୀନ ସାହୁ ଯୋଗଦେଇ ବଡ଼ ମା’ ଜୀବନ ଧାର ସହ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମା’ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ବହୁ ଗୁରୁ ଭାଇ ଓ ମା’ମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଭାସ୍କର ପ୍ରଧାନ, ଗୋବିନ୍ଦ ଦାସ, କେ.ଦୁର୍ଯ୍ୟୋଧନ ରେଡି, ସମେତ ଜ୍ୟୋତି, ରାମକୃଷ୍ଣ, ଦେବାଶିଷ, ସାନୁ, ହିମାଂଶୁ, ସିତୁ, ପ୍ରଫୁଲ୍ଲ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.