ls

ଦେଓଗାଁ ବ୍ଲକରେ ଉତ୍କଟ ଜଳାଭାବ : ୮୦ ପ୍ରତିଶତ ନଳକୂପରୁ ବାହାରୁ ନାହିଁ ପାଣି, ଯୋଜନା କରି ଖୋଳା ଯାଇଛି ଲୁହା ନଳ, ତଦନ୍ତ ଦାବୀ

2020

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଜଳ ସ୍ତର ନିମ୍ନଗାମୀ ଯୋଗୁଁ ପ୍ରତ୍ୟେକ ଗାଁରେ ପାନୀୟ ଜଳ ସମସ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଶୁଦ୍ଧ ପାନୀୟ ଜଳ ଠିକ ଭାବେ ଯୋଗାଣ ପାଇଁ ସରକାର ପ୍ରତି ପଞ୍ଚ‌ୀୟତକୁ ଦାୟିତ୍ବ ଦେଇଥିବାରୁ ସୂଚାରୁ ରୂପେ ଜଳ ଯୋଗାଣ ହୋଇ ପାରୁନାହିଁ । ଦେଓଗାଁ ବ୍ଲକର ୧୨୬ଟି ଗାଁରେ ଥିବା ୧୩ ଶହ ମଧ୍ୟରୁ ୮୦ ପ୍ରତିଶତ ନଳ କୂପ ପ୍ରାୟତଃ ପୁରୁଣା । ଦୁଇ ବର୍ଷ ତଳେ ପାଣି ନିମ୍ନଗାମୀ ହୋଇଥିବା ଦର୍ଶାଇ ଅନେକ ନଳକୂପର ଲୁହା ନଳକୁ ବାହାର କରି ଦିଆଯାଇଥିବା ଗାଁ ଗୁଡ଼ିକରୁ ଅଭିଯୋଗ ମାନ ବ୍ଲକ କାର୍ୟ୍ୟାଳୟକୁ ଆସିଥିଲା। ତଦନ୍ତ କରିବା ପରିବର୍ତ୍ତେ ଗୋଟିଏ ପ୍ରକାର ଲୁହା ନଳ ଚୋରିକୁ ସହଯୋଗ କଲାପରି ସେହି ସମୟରେ ଅନୁମାନ କରାଯାଏ । ଦୁଇ ବର୍ଷ ତଳେ ହୋଇଥିବା ନଳ ଚୋରିର ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଗାଁ ଥିବା ୧୦ରୁ ୭/୮ଟି ନଳକୂପରୁ ପାଣି ବାହାରୁ ନାହିଁ। ଗାଁର ମୁଖ୍ୟ ସ୍ଥାନରେ ଥିବା ନଳକୂପରେ ପାଣି ବାହାରୁ ଥିବା ଜଣାପଡ଼ୁଛି । ଦେଓଗାଁ ବ୍ଳକର ଉଡାର, ଗାଈବାହାଲ ପଞ୍ଚାୟତର ରାଏପାଲି ଗାଁକୁ ଉଦାହରଣରେ ନିଆଯାଇପାରେ । ସେହିପରି ଦେଓଗାଁ ବ୍ଳକ ରାମଚନ୍ଦ୍ରପୁର ପଞ୍ଚାୟତର ଗୁଏଲପିଟା ଗାଁର ପାନୀୟ ଜଳାଭାବ ଉତ୍କଟ ହୋଇପଡ଼ିଛି । ରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ନାଏକ ଅଭିଯୋଗ କରିଛନ୍ତି ଯେ, ଗୁଏଲପିଟା ଗାଁ ୨ଟି ୱାର୍ଡ, ୬ଶହରୁ ଅଧିକ ଜନ ସଂଖ୍ୟା ବିଶିଷ୍ଟ । ମୋଟ ୬ଟି ନଳକୂପ ଥିଲା । ବର୍ତ୍ତମାନ ୪ଟି ନଳକୂପରୁ ପାଣି ବାହାରୁ ନାହିଁ । ୨ଟିକୁ ଦୀର୍ଘ ସମୟ ହେଣ୍ଡେଲ ମାରିଲେ ଟିକିଏ ପାଣି ପଡ଼ୁଛି । କେବଳ ମଣିଷ ନୁହେଁ ଗୃହପାଳିତ ପଶୁଙ୍କ ପାଇଁ ପାଣି ଅଭାବ ହୋଇପଡ଼ିଛି । କେବଳ ଉଡାର ପଞ୍ଚାୟତର ଉଡାର କି ରାମ ଚନ୍ଦ୍ରପୁର ପଞ୍ଚାୟତର ଗୁଏଲପିଟା ନୁହେଁ ଦେଓଗ‌ାଁ ‌ବ୍ଲକ୍‌ର ୮୦ ପ୍ରତିଶତ ଗାଁରେ ପାନୀୟ ଜଳର ଉତ୍କଟ ଜଳାଭାବ ଦେଖାଯାଉଛି । ଦେଓଗାଁ, ଜରାସିଂହା ପରି କିଛି ସଚେତନ ପଞ୍ଚାୟତର ସଦର ଗାଁରେ ନଳକୂପ ଅଚଳ ଅଭିଯୋଗ ହେଲେ ତୁରନ୍ତ ଯାଇ ମରାମତି କରୁଥିବା ବେଳେ ବଣ ଜଙ୍ଗଳ ଘେରା ଗାଁର ପାନୀୟ ଜଳ ଅଭାବକୁ କେହି ବି ଦେଖୁ ନାହାନ୍ତି ।

Leave A Reply

Your email address will not be published.