୧୨ ଦିନ ହେଲା ଜଳ ଯୋଗାଣ ବନ୍ଦ : ପାଣି ପାଇଁ ଡହଳବିକଳ ଚାଞ୍ଚେର ଗ୍ରାମବାସୀ

କଳାହାଣ୍ଡି, (ପି.କେ. ସାହୁ) : ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଲୋକେ ପାଣି ଟିକକ ପାଇଁ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି ଏହାକୁ ଦୃଷ୍ଟିରେ ରଖି ସରକାର ବସୁଧା ଯୋଜନାରେ ଘରକୁ ଘର ପାଇପ୍ ଯୋଗେ ପାଣି ଯୋଗାଣ କରୁଛନ୍ତି । ହେଲେ ଦୀର୍ଘ ୧୨ ଦିନ ହେଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଚାଞ୍ଚେର ଗାଁରେ ଜଳ ଯୋଗାଣ ଠପ୍ ପଡ଼ିଥିବାରୁ ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି । ଏହି ଗାଁରେ କେବୁଲ ତାର ଚୋରି ହୋଇଥିବା ଯୋଗୁଁ ଏଭଳି ଅବସ୍ଥା ଦେଖାଦେଇଥିବା ଜଣାପଡ଼ିଛି । ତେବେ ଏନେଇ ବହୁବାର ଗ୍ରାମବାସୀ କେସିଙ୍ଗା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀଙ୍କୁ ଅଭିଯୋଗ କରୁଥିଲେ ସୁଦ୍ଧା ସେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ସେଠୀଙ୍କୁ ପଚାରିବାରୁ ମୁଁ ବାରମ୍ବାର ଉକେଲା ଫାଣ୍ଡିରେ କେବୁଲ ଚୋରି ହେଉଥିବା ଅଭିଯୋଗ କରୁଛି, ହେଲେ ପୁଲିସ୍ ଦୁର୍ବୃତ୍ତଙ୍କୁ କାବୁ କରିପାରୁ ନଥିବାରୁ ସେଠାରେ ବାରମ୍ବାର ଏଭଳି ଚୋରି ବୃଦ୍ଧି ପାଉଛି । ଏଣୁ କଳାହାଣ୍ଡି ଏସ୍‌ପି ଘଟଣାର ଗୁରୁତ୍ଵକୁ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!