oom

ଜିଲ୍ଲା ସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ-୨୦୨୧ ପାଳିତ

jsmm

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ-୨୦୨୧ ପାଳିତ ହୋଇଯାଇଅଛି । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ କ୍ଷେତ୍ର ସ୍ତରରେ କାମ କରୁଥିବା ବୁଥ୍‌ ଅଧିକାରୀ ମାନଙ୍କ ଉଦ୍ୟମ ଯୋଗୁ ଭୋଟର ତାଲିକା ସଂଶୋଧନ ସଫଳ ହୋଇପାରିଛି । ଗୋଷ୍ଠୀଗତ ଓ ଦଳଗତ ଉଦ୍ୟମରେ ସବୁକାମ ସଫଳ ହୁଏ । ମୁଁ ଦଳର ଅଧିନାୟକ ଭାବେ ସମସ୍ତ କାର୍ୟ୍ୟ ତଦାରଖ କରେ । ଗଣତନ୍ତ୍ର ହେଉଛି ଭାରତର ଆତ୍ମା । ସମ୍ବିଧାନ ମତଦାନ ପାଇଁ ଯେଉଁ ଅଧିକାର ଦେଇଛି,ତାହା କେମିତି ସୁରକ୍ଷିତ ରହିବ,ସେଥିପାଇଁ ପ୍ରତ୍ୟେକ ନାଗରୀକଙ୍କର ଦାୟିତ୍ୱ ରହିଛି । ତିର୍ତୋଲ ଉପ ନିର୍ବାଚନ ପରିଚାଳନା ପାଇଁ ଆମ ଜିଲ୍ଲାକୁ ପୁରସ୍କୃତ କରାଯିବ । ଜାତୀୟ ମତଦାତା ଦିବସ ଅବସରରେ ଜିଲ୍ଲାପାଳ ନୂତନ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ବଣନ କରିଥିଲେ । ଏହି ଉତ୍ସବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ କହିଲେ ଏଥର ଭୋଟର ତାଲିକା ସଂଶୋଧନ ସମୟରେ ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ଉଦ୍ୟମରେ ଅଧିକ ସଂଖ୍ୟକ ମୃତ ବ୍ୟକ୍ତି, ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ଅନୁପସ୍ଥିତ ଥିବା ବ୍ୟକ୍ତି କିମ୍ବା ବିବାହ କରି ସା୍ଥନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ ଦିଆଯାଇ ପାରିଛି । ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । କଠିନତା ଓ ଏକାଗ୍ରତା ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ତିର୍ତୋଲ ବିଧାନସଭା ଉପ- ନିର୍ବାଚନରେ ଗଣମାଧ୍ୟମ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଛନ୍ତି । ଏହି ଉତ୍ସବରେ ଯୋଗଦେଇ ଉପ-ଜିଲ୍ଲାପାଳ ତଥା ସହକାରୀ ରିଟର୍ଣ୍ଣି ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ କହିଲେ ଏଥର ୪୨ ହଜାର ଭୋଟର ତାଲିକା ସଂଶୋଧିତ ହୋଇଛି । ଅଧିକ ନୂଆ ମତଦାତାଙ୍କୁ ପଂଜିକୃତ କରାଯାଇ ପାରିଛି । ଜାତୀୟ ମତଦାତା ଦିବସ ଅବସରରେ ଫଟୋ ନଥିବା ଭୋଟର ତାଲିକା ସଂଖ୍ୟା କମ୍‌ କରିଥିବାରୁ ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ । ଜିଲ୍ଲାର ତିର୍ତୋଲ(ସଂ) ନିର୍ବାଚନ ମଣ୍ଡଳୀର ମେନକା ଜେନା, ସସ୍ମିତା ଦାଶ, ସୁଲୋଚନା ଶତପଥିଙ୍କୁ ଫଟୋ ନଥିବା ଭୋଟର ତାଲିକା ସଂଖ୍ୟା କମ୍‌ କରିଥିବାରୁ ଏବଂ ଜିଲ୍ଲାରେ ଅଧିକ ସଂଖ୍ୟକ(୧୮-୧୯) ବର୍ଷ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିଥିବାରୁ ତିର୍ତୋଲ ନିର୍ବାଚନ ମଣ୍ଡଳୀର କବିତା ସାହୁ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ନଳିନୀ ମହାନ୍ତି ଏବଂ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ସ୍ୱର୍ଣ୍ଣପ୍ରଭା ସ୍ୱାଇଁଙ୍କୁ ଜିଲ୍ଲାପାଳ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସେହିପରି ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ବି.ଏଲ୍‌.ଓ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ନିର୍ବାଚନ ଅକ୍ଷୟ କୁମାର ବଡୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଦୀନେଶ କୁମାର ମିଶ୍ର, ବୁଥ୍‌ ସ୍ତରୀୟ ଅଧିକାରୀ, ନୂତନ ଭାବେ ଭୋଟର ତାଲିକାରେ ସାମିଲ ହୋଇଥିବା ଯୁବକ ଯୁବତୀ, ଗଣ ମାଧ୍ୟମର ପ୍ରତିନିଧ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.