jayashree

ଜାଗା ମିଶନ ବିଷୟରେ ଲୋକଙ୍କୁ ଅବଗତ କରାଇଲେ ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ଵତୀ ମିଶ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାରଙ୍କ ସର୍ବ ବୃହତ୍ ଯୋଜନା ହେଉଛି ଜାଗା ମିଶନ । ଏହି ଜାଗା ମିଶନ କଣ, ଲୋକ କିପରି ଏହି ମିଶନ ଅନ୍ତର୍ଗତ ଜାଗା ଖଣ୍ଡିଏ ପାଇ ପାରିବେ, ଆବେଦନ ଠାରୁ ନେଇ ଘର ତିଆରି ପର୍ଯ୍ୟନ୍ତ କଣ କଣ କରିବାକୁ ପଡ଼ିିବ, ଏ ସମସ୍ତ ବିଷୟରେ ଏକ ସଭା ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇଥିଲେ । ଜାଗା ମିଶନର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ଵତୀ ମିଶ୍ର ଆସି ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଜାଗା ମିଶନ ବିଷୟରେ ବୁଝାଇଥିଲେ ।

ଲୋକଙ୍କ ଗୋଟିଏ ସ୍ୱପ୍ନ ଘର ଖଣ୍ଡିଏ କରିବା ପାଇଁ, ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାର ଲାଭ ସେମାନେ କିପରି ସହଜରେ ନେଇ ପାରିବେ, ସେ ବିଷୟରେ ଲୋକଙ୍କ ସନ୍ଦେହ ଦୂର ତଥା ଯୋଜନା ପାଇବେ କିପରି, କଣ କଣ ଦରକାର, ଏ ସମସ୍ତ ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ଉପଦେଷ୍ଟା ଆସି ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ସେହିପରି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହି ଯୋଜନାରେ ଜାଗା ପାଇଥିବା ଟିଟିଲାଗଡ ପୌର ପରିଷଦର ୧୫ଟି ୱାର୍ଡର ଲୋକଙ୍କ ସ୍ୱପ୍ନ ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସରକାରଙ୍କ ଯୋଜନା କିପରି ଲୋକ ପାଇ ପାରିବେ ସେଥିପାଇଁ ମୋ ଦ୍ୱାରା ଯେତିକି ହୋଇପାରିବ ମୁଁ ନିଶ୍ଚୟ କରିବି ବୋଲି କହିଥିଲେ । ସଭା ପରିଚାଳନା କରିଥିଲେ ଶୁଭଶ୍ରୀ ସାହୁ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ ଏବଂ ସମସ୍ତ ବିଜେଡି ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ସଭା ସରିବା ପରେ ମନ୍ତ୍ରୀଙ୍କ ନିକଟକୁ ଆସି ବହୁତ ମହିଳା ନିଜ ନିଜର ଅସୁବିଧା ବିଷୟରେ ଅବଗତ କରାଇଥିଲେ ଏବଂ ମନ୍ତ୍ରୀ ମଧ୍ୟ ସେମାନଙ୍କ କଥା ଶୁଣି କ’ଣ କରିବେ ସେମାନଙ୍କୁ ବୁଝାଇଥିଲେ । ଜଣେ ସଫଳ ନେତ୍ରୀ ସିଏ ହୋଇପାରିବ ଯିଏ ଲୋକଙ୍କ କଥା ବୁଝି ଲୋକଙ୍କ ସହ ଛିଡା ହୁଏ ଯାହାକି ଆଜି ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.