ଗୋରୁ ମାଂସ ବୋଝେଇ ନଅ ନମ୍ବର କ୍ୟାଣ୍ଟନର୍ ଛତ୍ରପୁରରେ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଡିଆର୍‌ଡିଏ ଛକ ନିକଟରେ ଆଜି ସକାଳେ ଏକ ଗୋମାଂସ ବୋଝେଇ ଟ୍ରକ୍‌ ଜବତ ହୋଇଛି । ଏହା କଟକରୁ ହାଇଦ୍ରାବାଦକୁ ଯାଉଥିଲା ବୋଲି ଜଣାପଡିଛି । ଜବତ କ୍ୟାଣ୍ଟନର୍ ଚୁଙ୍ଗୁଡ଼ି ଟ୍ରକ୍ ବୋଝେଇ ନାମରେ ଜି.ଏସ୍.ଟି ବିଲ୍ ଦର୍ଶାଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ଜବତ ହେବା ଭଳି ଘଟଣା ନଅ ଥର ବା ନଅ ନମ୍ବର କ୍ୟାଣ୍ଟନର୍ ବୋଲି ଅଭିଯୋଗକାରୀ ମାନେ କହିଛନ୍ତି । ତେବେ ଏକ ଟ୍ରକ୍‌ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ସୂତ୍ରରୁ ଖବର ଜଣାପଡ଼ିବା ପରେ ଛତ୍ରପୁରର ବଜରଙ୍ଗଦଳ ପକ୍ଷରୁ ଏଭଳି ବହୁ ବାର ବିହିତ ଉଦ୍ୟମ ଜାରୀ ରଖାଯାଇ ପୋଲିସ ପ୍ରଶାସନକୁ ଜିମା ଦେଇଆସୁଛନ୍ତି । ବଜରଙ୍ଗଦଳ ସଦସ୍ୟଗଣ ନିଜ ଜୀବନକୁ ବାଜି ଲଗାଇ ଗୋଡାଇ ଗୋଡାଇ ଡିଆର୍‌ଡିଏ ଛକ ନିକଟରେ ଶୁକ୍ରବାର ପ୍ରତ୍ୟୁଷରେ ଅଟକାଇ ଥିଲେ । ଏଥିରେ ପ୍ରାୟ ୧୨ ଟନର ଗୋମାଂସ ରଖାଯାଇଥିବା ପୋଲିସ ଅନୁମାନ କରିଛି । ଡ୍ରାଇଭର୍‌ଙ୍କୁ ଛତ୍ରପୁର ଥାନାକୁ ନେବା ପରେ ପୋଲିସ ଅଟକ ରଖି ପଚରା ଉଚରା କରାଯାଉଛି । ଏହି ଗୋମାଂସ କାରବାରରେ ଲିପ୍ତ ଥିବା ସମସ୍ତ ମୁଖ୍ୟ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ସାଂଗକୁ ଗୋ-ହତ୍ୟା ଏବଂ ଗୋରୁ ଚାଲାଣ, ଗୋରୁ ମାଂସକୁ ଅବାଧରେ ଟ୍ରକ୍ ବୋଝେଇ କରି ବାହାର ରାଜ୍ୟକୁ ଚାଲାଣ କରିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନିମନ୍ତେ ଛତ୍ରପୁର ବଜରଙ୍ଗ ଦଳର ପକ୍ଷରୁ ଦୃଢ଼ ଦାବୀ ହୋଇଛି । ଗଞ୍ଜାମ ଜାତୀୟରାଜପଥ ଦେଇ ଗୋରୁ ମାଂସ ଚାଲାଣ ସ୍ୱାଭାବିକ ପ୍ରଥାକୁ ହଟାଇବା ଜରୁରୀ ବୋଲି ବଜରଙ୍ଗଦଳ ପକ୍ଷରୁ ମୁଖପାତ୍ର ଏସ୍. ରାମ କ୍ରିଷ୍ଣା ରେଡ୍ଡୀ ସରକାରଙ୍କ ଠାରେ ଦୃଢ଼ ଦାବୀ କରିଛନ୍ତି ।

Leave A Reply

Your email address will not be published.