shyamal

ଗୋରୁ ବୋଝେଇ ଟ୍ରକ୍ ଜବତ

ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍ ଜବତ । ଟ୍ରକରେ ଅଛନ୍ତି ୪୦ ଗୋରୁ । ଏହି ଗୋରୁ ବୋଝେଇ ଟ୍ରକ୍‌ଟି କଟକରୁ ବେଙ୍ଗଲ ଯାଉଥିଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ଅଞ୍ଚଳରେ ଏହି ଟ୍ରକ୍‌ଟିକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଏକ ଗୋରୁ ବୋଝେଇ ଟ୍ରକ୍ କଟକ ଟକରୁ ବେଙ୍ଗଲ ଯାଉଥିଲା । ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଜିତେନ୍ଦ୍ର ସ୍ୱାଇଁ ଏବିଷୟରେ ଖନ୍ତାପଡା ପୋଲିସକୁ ଜଣାଇଥିଲେ । ପୋଲିସ ସହଯୋଗରେ ପ୍ରାୟ ଦୁଇଘଣ୍ଟା ଧରି ଟ୍ରକ୍‌କୁ ପିଛା କରିଥିଲେ । ଶେଷରେ ଟ୍ରକ୍‌କୁ ଧରିବାରେ ସଫଳ ହୋଇଥିଲେ । ଏହି ଟ୍ରକ୍‌ଟି ଖନ୍ତାପଡ଼ା ଥାନା ନିକଟରୁ ଜବତ ହୋଇଛି । ଜବତ ହୋଇଥିବା ଗୋରୁଙ୍କୁ ମା’ ଭାରତୀ ଗୋଶାଳାକୁ ନିଆଯାଇଛି ।

purusottam
Leave A Reply

Your email address will not be published.