ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସର୍ଜନଙ୍କ ଷ୍ଟାଇପେଣ୍ଡ୍ ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆଗାମୀ ୩ ବର୍ଷ ପାଇଁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଥିବା ଜଣାପଡ଼ିଛି । ଏନେଇ ଡିଏମଇଟିକୁ ଚିଠି ଲେଖିଛନ୍ତି ଉପ ସଚିବ । ଦୀର୍ଘଦିନ ଧରି ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ବୃଦ୍ଧି ନେଇ ଦାବୀ କରି ଆସୁଥିଲେ ।

Leave A Reply

Your email address will not be published.