ଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର୍‌ ମୃତ, ହେଲ୍‌ପର୍‌ ଗୁରୁତର

ବାରିପଦା : ଘାଟିରେ ପୁଣି ଦୁର୍ଘଟଣା । ଏକ ଲୁହା ପଥର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିରେ ଓଲଟି ପଡିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଛି । ଟ୍ରକ୍ ଚାଳକ ଓ ହେଲ୍‌ପର୍‌ ଉଭୟ ଟ୍ରକ୍ ତଳେ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ମୃତକ ଜଣଙ୍କ ଟ୍ରକ୍ ଚାଳକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.