ଚତୁର୍ଥ ଦିନରେ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଟିଟିଲାଗଡରେ ଧର୍ମଘଟ ଜାରି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକମାନେ ଉପସ୍ଥିତ ରହି ଟିଟିଲାଗଡ ମୁଖ୍ୟ ଡାକଘର ସମ୍ମୁଖରେ ୭ଟି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଏହା ଦ୍ୱାରା ଜନ ସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ପିଡ ପୋଷ୍ଟ, ରେଜିଷ୍ଟ୍ରି ଚିଠି ଭଳି ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି ଜନତା । ଜରୁରି କାଳୀନ ସେବା ପ୍ରଦାନ କରିବାରେ ଡାକ ବିଭାଗର ଅଗ୍ରଣୀ ଭୂମିକା ତୁଲାଉଥିବା ବେଳେ ଏବେ ସବୁ ଠପ୍ ହୋଇଯାଇଛି । ମୁଖ୍ୟ ଡାକଘର ଖୋଲା ଅଛି କିନ୍ତୁ କାର୍ଯ୍ୟ ହୋଇପାରୁନି ଲୋକେ ଆସି ହଇରାଣ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ସରକାର ଏ ଦିଗରେ ଯଥା ଶୀଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏହି ଧର୍ମଘଟକୁ ରବିଚନ୍ଦ୍ର ରଣା, ରାମ ଗୋପାଳ ବେହେରା, ନନ୍ଦ କୁମାର ବେହେରାଙ୍କ ନେତୃତ୍ୱରେ ଦିଆଯାଇଥିବା ଆଜିର ଧର୍ମଘଟ ସରକାର ନ ମାନିଲା ଯାଏଁ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଧର୍ମଘଟକୁ ଟ୍ରେଡ ୟୁନିଅନ ନେତା ତଥା ପୁର୍ବତନ ସଭାପତି ରମେଶ ଚନ୍ଦ୍ର ସାହୁ, ପୁର୍ବତନ ଡାକ ବିଭାଗ କର୍ମଚାରୀ ହୃଷୀକେଶ ବେହେରା ସମର୍ଥନ ଜଣାଇଛନ୍ତି । ଏହି ଧର୍ମଘଟରେ ଗ୍ରାମୀଣ ଡାକ ସେବକ ଅନନ୍ୟା ଝାଙ୍କର, ଜି ଇନ୍ଦୁ, ବୈଷ୍ଣବ ମାଝି, ରଚନା ମିଶ୍ର, ସିଦ୍ଧିଶ୍ରି ପ୍ରଧାନ, ବୈଦେହି ଜାଲ, ଅର୍ଜୁନ ବାଗ, ବିଶ୍ୱଜିତ୍ ମାଝି, ଦୋଳମନି ମହାଲିକ, ବିଶ୍ଵାମିତ୍ର ଛତର, ଯୁଗଳ ଛତର, ସମ୍ଭୁ ବଗର୍ତ୍ତି, ନବ କିଶୋର ହାତୀ, ଗିରିଧାରୀ ନାଗ, ମୂରଲୀ ବଗର୍ତ୍ତି, ରମନ ସିଂହ ଭୋଇ, ଭୂଜାରାଜ ସାହୁ, କେତନ କୁମାର ବିଶି, ଚିନ୍ତା ଭୋଇ ଏବଂ ଅନ୍ୟାନ୍ୟ ଡାକ ସେବକ ଯୋଗ ଦେଇଥିଲେ ।

Leave A Reply

Your email address will not be published.