ବୌଦ୍ଧର କିଛି ଅଞ୍ଚଳରେ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ୍‌

ବୌଦ୍ଧ, (ମମତା ମହାକୁର) : ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ସ୍ଥାନ ସମେତ ବୌଦ୍ଧ ଏନଏସିର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ ସମେତ ବୌଦ୍ଧ ଏନ.ଏ.ସି. ର ବିଭିନ୍ନ ୱାର୍ଡର ୬ ଟି ସାହିକୁ ଗତ ୨୨ ତାରିଖରେ ମାଇକ୍ରୋ କଣ୍ଟେନମେଣ୍ଟ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ପୂର୍ବରୁ କରିଥିଲେ । ତାହାର ଅବଧି ୨୮ ତାରିଖରେ ସରିବାକୁ ଥିବା ବେଳେ ପୁଣି ସେହି ପୁରୁଣା କିଛି ଅଂଚଳ ସହ ନୂଆ କିଛି ଅଞ୍ଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳର ବୁଟୁପାଲି, ନୂଆସାହି, ବାବୁସାହି, ବଗିଚା ସାହି, ଖଲିଆ ବଗିଚା, ରାଜନପାଲି, ସୁଦ ସାହି ଅଂଚଳର କିଛି ସ୍ଥାନକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ ଭାବରେ ଘୋଷଣା କରା ଯାଇଥିବା ଜଣାପଡିଛି । ସେହିପରି ହରଭଙ୍ଗା ବ୍ଲକର ହରଭଙ୍ଗା, କଣ୍ଟାମାଳ ବ୍ଲକ ବିଳାସପୁର୍, ଖଲିଆ ପାଲି ଓ ଲମ୍ବସରୀ ଗ୍ରାମର କରୋନା ପ୍ରଭାବିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଆଜି ଠାରୁ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ଏ ସବୁ ଅଂଚଳରେ କଟକଣା ବଳବତ୍ତର ରହିବ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଓ ଜୋନ ମଧ୍ୟସ୍ଥ ଲୋକଙ୍କ ବାହାରକୁ ବାହାରିବା ଉପରେ ପ୍ରଶାସନ କଟକଣା କରିଛି ।

Leave A Reply

Your email address will not be published.