pr

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପି ପାଇକମାଲ ବ୍ଲକ ଘେରାଉ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପାଇକମାଲ ବ୍ଲକ ତରଫରୁ ସମ୍ପ୍ରତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ହଜାରେ କୋଟିର ଦୁର୍ନୀତିର ପ୍ରତିବାଦ କରି ଶତାଧିକ କାର୍ଯ୍ୟକର୍ତ୍ତା ପାଇକମାଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଏଥିରେ ସଂପୃକ୍ତ ସମସ୍ତ ଦୋଷୀ ଅଫିସରଙ୍କୁ ଗିରଫ କରିବା ଦାବୀରେ ରାଜ୍ୟପାଳ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପାଇକମାଲ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କ ଜରିଆରେ ପ୍ରେରଣ କରିଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଇ, ଧନୀବ୍ୟକ୍ତିଙ୍କୁ ଘର ଦେବା, ୯୦ ଦିନର ଶ୍ରମ ଦିବସ ଅର୍ଥକୁ ହରିଲୁଟ କରିବା, ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ଘର ଦେବାରେ ଅନୁଗ୍ରହ ଦେଖାଇବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବିଭିନ୍ନ ଯୋଜନାକୁ କ୍ରିୟାନ୍ବୟନ କରିବାରେ ତୁଷାରପାତ ଓ ଅବହେଳା ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମାନେ ସ୍ୱର ଉଠାଇ ସରକାର ଭ୍ରଷ୍ଟାଚାରରେ ଲିପ୍ତ ବୋଲି କରିଥିଲେ । ବିଜେପି ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଘେରାଉରେ କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଘଣ୍ଟ ନ ଘୋଡାଇ ନିରପେକ୍ଷ ଭାବେ ସାଧାରଣ ଲୋକଙ୍କର ସେବା କରିବାକୁ ସ୍ଥାନୀୟ ପ୍ରଶାସନକୁ କଡା ତାଗିଦ କରିଥିଲେ । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏନଆରଇଜିଏରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ବିଜେପି ଆଗାମୀ ଦିନରେ ତୀବ୍ର ବିରୋଧ କରିବ ବୋଲି କହିଥିଲେ । ସଭାରେ ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଲରାମ ସାହୁ, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ଲଖମରା ସରପଞ୍ଚ ଭୀଷ୍ମଦେବ ଡନସନା, ସତ୍ୟନାରାୟଣ ବେହେରା, ସୁଶାନ୍ତ ନାଗ, ଦିବାକର ତାଣ୍ତି, ଅଜୁ ସେଠ, ଦିବ୍ୟ କୁମାର ନାୟକ, ରୋସନ ପାଣିଗ୍ରାହୀ, ଇନ୍ଦ୍ରଜିତ ଭୋଇ, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.