om academy

୪୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ୧ ଗିରଫ

jsm

ଲମତାପୁଟ : ଆନ୍ଧ୍ର ସୀମାନ୍ତ ବାଙ୍ଗୁରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ୪୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ମାଫିଆ ଗିରଫ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ୪ ଜଣିଆ ଟିମ୍ ଗଠନ କରି ବାଙ୍ଗୁରପଡ଼ା ଗ୍ରାମ ନଦୀ ଘାଟରେ ଚଢାଉ କରିଥିଲେ । ଖବର ମୁତାବାକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ବିପୁଳ ଗଞ୍ଜେଇ ଆସିଥିବା ଖବର ରହିଥିଲା । ପୋଲିସ ନଦୀ ଘାଟରେ ଚୋରା ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଚଢାଉ କରିଥିଲା। ଏହି ସମୟରେ ଜଣେ ମାଫିଆକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଏହା ସହ ୨୦ଟି ବସ୍ତାରେ ପ୍ରାୟ ୪ କୁଇଣ୍ଟାଲ ୮୫ କେ.ଜିର ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪୮ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି ।

ତେବେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ମାଫିଆମାନେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଗିରଫ ହୋଇଥିବା ମାଫିଆ ଜଣଙ୍କ ବଲାଙ୍ଗିରର ସୁବାସ ନାୟକ ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରିଥିବା ସ୍ଵୀକାର କରିଛି । ସୁବାସକୁ ଗିରଫ କରି ପୋଲିସ ପଚରାଉଚୁରା କରୁଛି । ଏହି କାରବାରରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

Leave A Reply

Your email address will not be published.