om academy

ବିଦ୍ୟୁତ୍‌ ଟ୍ରାନ୍ସଫର୍‌ମର୍‌ ସଂସ୍ପର୍ଶରେ ଆସି ଗାଇ ମୃତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡ଼ା ସ୍ଥିତ ବିଦ୍ୟୁତ ଟ୍ରାନ୍ସଫର୍‌ମର୍‌ରେ ଲାଗି ଗୋଟିଏ ଗର୍ଭିଣୀ ଗାଇର ପ୍ରାଣ ଯାଇଥିବା ଜଣାପଡ଼ିଛି । ତେବେ ଏହି ଟ୍ରାନ୍ସଫର୍‌ମର୍‌ଟି ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଭଳି ଆହୁରି ବିପଦ୍‌ଜନକ ଘଟଣା ଘଟିବାର ସମ୍ଭାବନକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ଟ୍ରାନ୍ସଫର୍‌ମର୍‌ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡ଼ିଥିବା ଗାଇର ମାଲିକ ହେଉଛନ୍ତି କଦଳି ଠେଲା ଲଗାଉଥିବା ଥିବା ପ୍ରଶାନ୍ତ ସ୍ୱାଇଁ ବୋଲି ଜଣାପଡ଼ିଛି । ବିଦ୍ୟୁତ୍‌ ବିଭାଗ ଏହି ଟ୍ରାନ୍ସଫର୍‌ମର୍‌ ପ୍ରତି ଦୃଷ୍ଟି ଦେଇ ଯଥୋଚିତ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.