centurian jitm

ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ଘଣ୍ଟାପଡାକୁ ହରାଇ ତୁଷୁରା ବିଜୟୀ

nschool

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ କୁରୁକୁପା ଖେଳ ପଡିଆରେ ଆୟୋଜିତ ହୋଇଥିବା ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସର ପ୍ରଥମ ସେମିଫାଇନାଲ ଖେଳ ଘଣ୍ଟାପଡା ଏବଂ ବାଲିଖମାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ୧-୦ଗୋଲରେ ଘଣ୍ଟାପଡା ଦଳ ବିଜୟ ହୋଇ ଫାଇନାଲକୁ ପ୍ରବେଶ କରିଥିଲା । ଦ୍ୱିତୀୟ ସେମିଫାଇନାଲ ଖେଳ ସିଂହାରୀ ଏବଂ ତୁଷୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨-୦ଗୋଲରେ ତୁଷୁରା ବିଜୟ ହୋଇ ଘଣ୍ଟାପଡା ଦଳ ସହ ଫାଇନାଲ ଖେଳ ଖେଲିଥିଲା । ଘଣ୍ଟାପଡା ଦଳ ଟସ୍ ଜିତି ସାଇଟ ଚୟନ କରି ତୁଷୁରାକୁ ସର୍ଭିସ ପାଇଁ ଆମନ୍ତ୍ରଣ କରିଥିଲା । ଘଣ୍ଟାପଡାକୁ ୨-୧ଗୋଲରେ ହରାଇ ତୁଷୁରା ପ୍ରତିଯୋଗିତାର ଚାମ୍ପିଅନ ହୋଇଥିଲା । ଅଭିଳାଷ, ସଦାଶିବ ମାହାଣା ଏବଂ ବିକାଶ ସାହୁ ଖେଳ ପରିଚିଳନା କରିଥିଲେ । ସହଦେବ ନାଏକ ସ୍କୋରର୍ ଥିଲେ । ମନ୍ଦରଧର ବେହେରା ଓ ଅଶୋକ ସାହୁ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଏବଂ ଶିଳ୍ପପତି କରୁଣାକର ସାହୁ, ରେଙ୍ଗାଲୀ ସରପଞ୍ଚ ପ୍ରମୋଦ ରଣା, ସମାଜସେବୀ ପ୍ରେମରାଜ ରଣା, ଚଞ୍ଚଳ ରଣା, ସୁଶାନ୍ତ ମାଝୀ, ପ୍ରଶାନ୍ତ ରଣା, ଶିକ୍ଷାବିତ ନିଳାଞ୍ଚଳ ଭୋଇ, ଜିଆରଏସ୍ ପ୍ରତାପ ରଣା, ଗଉଁନ୍ତିଆ ଦାମ ଭୋଇ, ଯୋଗାଣ ସହାୟକ ଦେବାର୍ଚ୍ଚନ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବେଷ୍ଟ ଭଲେଣ୍ଟିଅର ଭାବେ କୁରୁକୁପାର ମାନୁ ଝାଙ୍କର, ଶ୍ରେଷ୍ଠ ଖେଳାଳୀ ଭାବେ ଘଣ୍ଟାପଡା ଦଳର କୈଳାଶ, ଶ୍ରେଷ୍ଠ ସ୍କୋରର୍ ଭାବେ ତୁଷୁରା ଦଳର ଖେଳାଳୀ ରିତେଶ ସାହୁ, ଶାନ୍ତିପ୍ରିୟ ଦଳ ଭାବେ ତୁଷୁରା ଏବଂ ତୁଷୁରା ଦଳର ଅଙ୍କୁଶ ପ୍ରଧାନଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ଏବଂ ଉଭୟ ଦଳକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ମ୍ୟାନେଜର ଦେବେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । ସଭାପତି କୁଞ୍ଜ ଏବଂ ସଂପାଦକ ଶେଷ ରଣା ଉପସ୍ଥିତ ଥିଲେ । ବିରେନ, ଟଙ୍କ, ଡଗର, ଶଙ୍ଖ, ଗୁଲୁ, ବିକ୍ରମ, କଳିଙ୍ଗ, କ୍ଷୀର ସାହୁ, ଶେଷ ବାଗ, ରାଜୁ ଜାନି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!