pr

କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ : ଚିଚର୍ଲା ବିଜୟୀ

dr. purohit

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନାବାଡ଼ି ପଡିଆଠାରେ କର୍ଲ।ମୁଣ୍ଡା ଫୁଟ୍‌ବଲ୍‌ ଟିମ ପକ୍ଷରୁ କର୍ଲ।ମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆଜିର ଚତୁର୍ଥ ଦିବସରେ ଚିଚର୍ଲା ଓ ପଟଣାଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ଚିଚର୍ଲା ଦଳ ପଟଣାଗଡ଼ ଦଳକୁ ଗୋଟିଏ ଗୋଲ ଦେଇ ବିଜୟୀ ହୋଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ।ଏହି ମ୍ୟାଚରେ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଯୁବରାଜ ସାହୁ, ସତ୍ୟନାରାୟଣ କୁମାର ଓ ଆୟୋଜନ କମିଟିର ସଭାପତି ନନ୍ଦିକିଶୋର ଭୋଇ, ସମ୍ପାଦକ ଡୋଲାମଣି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚକୁ ଲଳିତ ସାହୁ, ଲଳିତ ଗଉଡ଼, ବିନୋଦ ହେର୍ଣ୍ଣା ପରିଚାଳନା କରିଥିବା ବେଳେ ଭରତ ଷଡଙ୍ଗୀ ଓ ଲୋକେଶ ଗହୀର ଧାରା ବିବାରଣୀ ପ୍ରଦାନ କରିଥିଲେ । ତେବେ ଆସନ୍ତା କାଲି ପ୍ରଥମ ସେମିଫାଇନାଲ ମ୍ୟାଚ ବଲାଙ୍ଗିର(ମକରଚୁଆ) ଓ ଟକରଲା ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ କ୍ଳବ ସଦସ୍ୟ -ନିଲ ଭୋଇ, ବିରେନ ସାହୁ, ଅନିଲ ସାହୁ, ମୁକେଶ କୁମାର ସାହୁ, ସଲଟି ବଗର୍ତ୍ତି, ସୀତୁ ସାହୁ, ବିରୁ ସାହୁ, ବବଲୁ ସାହୁ, ଜିତ ସାହୁ, ବିପିନ ସାହୁ, ମଣି ମେହେର, କର୍ଣ ଭୋଇ, କୁଞ୍ଜ ସାହୁ, କଳ୍ପ ସାହୁ, ଭୀଷ୍ମ ବାଗ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.