oom

ସଡାଙ୍ଗୋଇ ଗ୍ରାମକୁ ପଞ୍ଚ ତାରକା ଗ୍ରାମ ଘୋଷଣା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଆଜି ଭାରତୀୟ ଡାକ ବିଭାଗ ପକ୍ଷରୁ ପୁରୀ ଡାକ ଡିଭିଜନ ଅଧୀନ ସଡାଙ୍ଗୋଇ ପୋଷ୍ଟ ଅଫିସ ଅନ୍ତର୍ଗତ ସଡାଙ୍ଗୋଇ ଗ୍ରାମକୁ ପଞ୍ଚ ତାରକା ଗ୍ରାମ ଭାବେ ଘୋଷଣା କରାଯାଇଛି । ସଡାଙ୍ଗୋଇ ଡାକଘର ଅଞ୍ଚଳର ବାସିନ୍ଦା ମାନଙ୍କୁ ନେଇ ଭାରତ ସରକାରଙ୍କ ଦ୍ବାରା ପ୍ରଣିତ ଡାକ ବିଭାଗୀୟ ସମସ୍ତ ଯୋଜନା ପ୍ରଣୟନ କରିବାରେ ପୁରୀ ଜିଲ୍ଲାର ପାଞ୍ଚ ଗୋଟି ଚିହ୍ନଟ ଡାକଘର ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସଡାଙ୍ଗୋଇ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପିପିଲି ଡାକ ବିଭାଗ ଉପଖଂଡ଼ର ଅଧିକ୍ଷକ ସଂଜୟ କୁମାର ନାୟକ ଘୋଷଣା କରିଛନ୍ତି । ସେ ଡାକଘର ମାଧ୍ୟମରେ ଗ୍ରାମାଞ୍ଚଳ ରେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସଭାପତିତତ୍ବ କରିଥିଲେ ସଡାଙ୍ଗୋଇ ସାଖାଲିନ ପୋଷ୍ଟ ମାଷ୍ଟର ପବିତ୍ର ପରିଡା । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚାଁଇପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଡାକ ବିଭାଗ କର୍ମକର୍ତ୍ତା ଓ ଉପସ୍ଥିତ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ସେଠୀ ମହୋଦୟ, ପରିଚାଳନା କମିଟି ଅଧ୍ଧକ୍ଷ କାଳୁପଦ ଚରଣ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ସରପଞ୍ଚ, ପୋଷ୍ଟ ମାଷ୍ଟର, ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କୁ ଫୁଲତୋଡା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଶେଷରେ ଉପସ୍ଥିତ ଅଙ୍ଗନବାଡି କର୍ମୀ ସୌଭାଗିନୀ ଗିରି, ପ୍ରମିଳା ପରିଡା, ପ୍ରତିମା ପରିଡା, ସଚ୍ଚଳା ଦାସ ପ୍ରମୂଖଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଫଗୁ ଖେଳର ଆୟୋଜନ କରାଯାଇଥିଲା ।

jittmm
Leave A Reply

Your email address will not be published.