pr

ପ୍ରଧାନମନ୍ତ୍ରୀ ଆବାସ ଘର ଜାଲିଆତି : ଥାନାରେ ଏଫଆଇଆର

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବରପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଘର ଜାଲିଆତି କରି ଅନ୍ୟ ଲୋକଙ୍କୁ ଦେଇ ଦେଲେ ବୋଲି ଉଦେ ମହାନନ୍ଦ ପାଇକମାଲ ଥାନାରେ ଏଫଆଇଆର ଦେଇଥିବା ସୂଚନା ମିଳିଛି । ଅନୁସନ୍ଧାନରୁ ଜଣାଯାଇଛି ଯେ, ବରପାଲି ଗ୍ରାମର ଉଦେ ମହାନନ୍ଦଙ୍କ ‌ସ୍ୱର୍ଗତ ମାଁ ତୀର ମହାନନ୍ଦଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଘର ଆସିଥିବା କହି ଗ୍ରାମ ପଞ୍ଚାୟତର ପିଅନ ଆସି ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ନମ୍ବର କପି ମାଗିଥିଲେ । ଏଥି ସହ ଘର ପାଇଁ ବ୍ଲକରେ କାଗଜ ପତ୍ର କରିବା ପାଇଁ ୧ ହଜାର ଟଙ୍କା ନେଇ ଘରର ୱାର୍କ ଅର୍ଡର ପାଇଲେ ଆଉ ୧୦ ହଜାର ଟଙ୍କା ଦେବାକୁ କହିଥିଲେ । ପରବର୍ତ୍ତୀ ସମୟରେ ଉଦେ ମହାନନ୍ଦ ଖବର ପାଇଲେ ଯେ ୨୦ ହଜାର ଟଙ୍କା ଲାଞ୍ଚ ଖାଇ ବ୍ଲକ ଅଧିକାରୀ ମାନେ ତାଙ୍କ ମାଁଙ୍କ ନାମରେ ଆସିଥିବା ଘରକୁ ଅନ୍ୟ ଜଣେ ମହିଳା ପୀର ମହାନନ୍ଦଙ୍କୁ ୱାର୍କ ଅର୍ଡର ଦେଇ ବିଲ ମଧ୍ୟ ପଇଠ କରିଦେଲେ । ଉଦେ ମହାନନ୍ଦ ଏ ବିଷୟରେ ବରଗଡ଼ ପିଡି ଡିଆରଡିଏଙ୍କ ଠାରେ ଅଭିଯୋଗ କଲାପରେ ବ୍ଲକ କର୍ତ୍ତୃପକ୍ଷ ତଦନ୍ତ କରି ଚୁପ ବସି ରହିଲେ । ଏ ଠାରେ ପ୍ରକାଶ ଯୋଗ୍ୟ ଯେ, ପୀର ମହାନନ୍ଦ ଆଗରୁ ମଧ୍ୟ ତାଙ୍କ ଗ୍ଧୟକ୍ତଳମୀଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ କରି ସାରିଛନ୍ତି । ଆଜି ବ୍ଲକର ପ୍ରତିନିଧିମାନେ ଉଦେ ମହାନନ୍ଦ ଘରକୁ ଯାଇ ତୁମ ମାଙ୍କ ନାମରେ ଯେଉଁ ଘର ତିଆରି କରିଛ ତାର ଡକୁକ୍ରମେଣ୍ଟ ଦିଅ ବୋଲି ମାଗିଥିଲେ । ଶ୍ରୀ ମହାନନ୍ଦ ଏ ସଂପର୍କରେ ଆଜି ପାଇକମାଲ ଥାନାକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଘର ଜାଲିଆତି ଉପରେ ଏକ ଏଫଆଇଆର ଦେଇଥିବା ଜଣାଯାଇଛି । ପାଇକମାଲ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଏହାର ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.