ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟ ସରକାର ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କରିଛନ୍ତି । କରୋନା ସମୟରେ ପ୍ରାୟ ୯ ମାସ ଧରି ହଷ୍ଟେଲ ବନ୍ଦ ରହିଥିବାରୁ, ସେହି ମାସଗୁଡ଼ିକର ହଷ୍ଟେଲ ଫି’ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନାହିଁ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୂର୍ବରୁ ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କରିଥିଲେ ରାଜ୍ୟ ସରକାର। ଏଥିରେ ପ୍ରାୟ ୩୦ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ ।

Leave A Reply

Your email address will not be published.