ଇରାକରେ ଆତ୍ମଘାତୀ ବିସ୍ଫୋରଣ : ୩୦ମୃତ, ୭୩ଆହତ

ଇରାକ : ଇରାକରେ ଆତ୍ମଘାତୀ ବିସ୍ଫୋରଣ । ଆଜି ଇରାକର ବାଘଦାଦରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଇରାକର ଖୋଲା ସ୍ଥାନରେ ଥିବା ଏକ କପଡ଼ା ମାର୍କେଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩ଜଣ ଆହତ ହୋଇଛନ୍ତି । କରୋନା କଟକଣା କୋହଳ ହେବା ପରେ ବାଘଦାଦ ମାର୍କେଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଅଧିକ ଲୋକ ମାର୍କେଟରେ ଥିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୩ବର୍ଷ ମଧ୍ୟରେ ଏହି ବିସ୍ଫୋରଣ ଅଧିକ ଭୟାବହ ଥିଲା ବୋଲି ଇରାକ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ଆତ୍ମଘାତୀ ବିସ୍ଫୋରଣକାରୀ ମାର୍କେଟରେ ପହଞ୍ଚିବା ପରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଦେହ ଖରାପ ହେବାର ଅଭିନୟ କରିଥିଲା । ଲୋକେ ତାକୁ ଦେଖିବା ପାଇଁ ଭିଡ଼ ଜମାଇବା ପରେ ବିସ୍ଫୋରଣକାରୀ ବୋମା ଫୁଟାଇଥିଲା । ଏହା ଫଳରେ ବିସ୍ଫୋରଣକାରୀ ପାଖରେ ଥିବା ୩୦ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.