ସ୍କୁଟିକୁ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ : ୨ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦୁର୍ଗା ମନ୍ଦିର ସାମ୍ନାରେ ରାତି ପାଖାପାଖି ୯ଟା ସମୟରେ ଏକ ଟ୍ରକ ସ୍କୁଟି ଉପରେ ମାଡ଼ିଯିବା ଫଳରେ ୨ ଜଣ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍କୁଟି ନଂ.ଓଡ଼ି୦୩ଏଚ୍‌୫୭୨୮ ରହିଥିବା ବେଳେ ଏହି ସ୍କୁଟିର ମାଲିକ ଶ୍ରୀକାନ୍ତ କୁମ୍ଭାର(ଟିମନ୍‌) ବୋଲି ଜଣାପଡ଼ିଛି । ତେବେ ଧକ୍କା ଦେଇଥିବା ଟ୍ରକ୍‌ର ନମ୍ବର ହେଉଛି ଓଆର୍‌୧୫ଏନ୍‌୭୫୨୫ । ତେବେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଯୁବକ ସ୍ଥାନୀୟ ଲର୍କିପାଲିର ଅଭିଷେକ କୁମ୍ଭାର(୧୯) ଓ ସେବକ ନାଗ(୨୧) ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.