ତାମିଲନାଡୁରେ ଟ୍ରେନ୍ ଦୁର୍ଘଟଣା : ୧୯ ଯାତ୍ରୀ ଆହତ

ତାମିଲନାଡୁ : ତାମିଲନାଡୁରେ ଟ୍ରେନ୍ ଦୁର୍ଘଟଣା । ତାମିଲନାଡୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଟ୍ରାକ୍‌ରେ ଛିଡ଼ା ହୋଇଥିବା ବେଳେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହେବା ସହ ୨ଟିରେ ନିଆଁ ଲାଗିଯାଇଥିଲା । ରାତି ସାଢ଼େ ୮ଟାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏନକଡିଆର୍‌ଏଫ୍ ଓ ଏସ୍‌ଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ସହ ରେସକ୍ୟୁ ଅପ୍‌ରେସନ୍ କରିଥିଲେ ।

Leave A Reply

Your email address will not be published.