ଟାଇଲ୍‌ରେ ଚାପି ହୋଇ ପ୍ରାଣ ହରାଇଲେ ଜଣେ ଶ୍ରମିକ, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଇଲ୍‌ରେ ଚାପି ହୋଇ ପ୍ରାଣ ହରାଇଛ‌ନ୍ତି ଜଣେ ଶ୍ରମିକ ଓ ଏଥିରେ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି । ବଲାଙ୍ଗିରରେ ଟାଇଲ ବୋହୁଥିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ପୋଲିସ ଲାଇନ ନିକଟରେ ଘର କାମ ବେଳେ କାଲସାଇପଲିର ସୁଧୀର ବନ୍‌ଛୋର୍‌ ଟାଇଲ ବୋହୁଥିବା ସମୟରେ ଟାଇଲ୍‌ରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ୨ ଜଣ ଶ୍ରମିକ ଏହି ଘଟଣାରେ ଗୁରୁତର ହୋଇଛନ୍ତି । ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି । ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.