lika

ଛତ୍ରଙ୍ଗ ଖେଳ ପଡିଆ ନିକଟରେ ଦୁଇ ବାଇକ ମୁହାଁମୁହି ଧକ୍କା : ୨ ଜଣ ଗୁରୁତର

gbag

କଂଟାବାଂଜି, (ମନିଶ କୁମାର ହଂସ) : ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ଖେଳ ପଡିଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଚାଲକ ଗୁରୁତର ହୋଇ କଂଟାବାଂଜି ଡାକ୍ତରଖାନାରେ ଭର୍ତି ହୋଇ ଚକିତ୍ସିତ ହେଉଥିବା ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ନୂଆପଡା ଜିଲ୍ଲା ଖରିଆର ଥାନା ଖଏରଭାଡି ଗାଁର ଦେବାନନ୍ଦ ହଂସ (୨୪) ଜଣେ ସାଂଗକୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଣ୍ଡାଲଦର ଗାଁକୁ ଛାଡି ଯାଉଥିବା ବେଳେ ଜୁରାବନ୍ଧ ଗାଁର ଖେଳପଡିଆ ନିକଟରେ ସାମ୍ନା ପଟୁ ଆସୁଥିବା ବାଇକ ଚାଲକ ଛତ୍ରଙ୍ଗ ଗାଁ ଜାମପଡାର ଖଗେଶ୍ୱର ଶବର (୩୬)ସହ ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ହୋଇପଡିଛନ୍ତି । ଦୁଇ ବାଇକ ଚୁରମାର ହୋଇଥିବା ଜଣାଯାଏ । ଦୁଇ ଜଣ ଗୁରୁତର ମଧ୍ୟରୁ ଜଣେ ବାଇକ ଚାଲକକୁ କଂଟାବାଂଜି ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ଓ ଅନ୍ୟ ଜଣକୁ ବଲାଙ୍ଗିର ରେଫର କରାଯାଇଥିବା ଖବର ମିଳିଛି । ଦୁଇ ଜଣଙ୍କ ଅବସ୍ଥା ବର୍ତମାନ ସଂକଟାପନ୍ନ ଥିବା ଡାକ୍ତରଖାନରେ ଥିବା ପରିବାରବର୍ଗଙ୍କ ତରଫରୁ ଜଣାଯାଏ । ଏହି ଖବର ଲେଖିବା ଯାଏ ଅଧିକ ତଥ୍ୟ ମିଳି ପାରିନାହିଁ ।

babaa
Leave A Reply

Your email address will not be published.