ସିରିଜ୍ ଦୁର୍ଘଟଣା, ୫ଟି କାର୍‌କୁ ପିଟିଲା ଟ୍ରକ୍

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ରସୁଲଗଡ଼ ବ୍ରିଜ୍ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ଵର ରସୁଲଗଡ଼ ବ୍ରିଜ୍ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ୫ଟି କାର୍‌କୁ ଏକ ଟ୍ରକ୍ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପାହାଳରୁ ଧରିବାକୁ ସଫଳ ହୋଇଛି ପୋଲିସ ।

Leave A Reply

Your email address will not be published.