oum

ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା, ଜଳିଗଲା କାର୍‌ ଓ ବାଇକ୍‌ : ବାଇକ୍‌ ଆରୋହୀଙ୍କ ମୃତ୍ୟୁ

jsm

ଜଗତସିଂହପୁର : ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣାରେ ଜଳିଗଲା କାର୍‌ ଓ ବାଇକ୍ ।‌ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରଘୁନାଥପୁର ନିକଟରେ କାର୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା କୁହାଯାଇଛି । ସୂଚନା ଅନୁସାରେ କଟକ-ପାରାଦ୍ବୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଥିଲା । ଆଜି ଦିନ ପ୍ରାୟ ୨.୩୦ଟା ବେଳେ ରଘୁନାଥପୁରରୁ ପାରାଦ୍ବୀପ ଅଭିମୁଖେ ଯାଉଥିବା ଏକ କାର୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ୍‌ ଆରୋହୀଙ୍କୁ ୨୦ ଫୁଟ ପର୍ୟ୍ୟନ୍ତ କାର୍‌ଟି ଘୋଷାଡ଼ି ନେଇଥିଲା । ବାଇକ୍‌ ଆରୋହୀ ଜଣକ ଗୁରୁତର ଆହତ ହୋଇଥିଲେ । ଅପରପକ୍ଷରେ ଦୁର୍ଘଟଣା ପରେ ଉଭୟ କାର ଓ ବାଇକ୍‌ ଦୁଇଟିରେ ନିଅାଁ ଲାଗି ଯାଇଥିଲା ଏବଂ କାର୍‌ଟି ଜଳିଯାଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ଯାନବାହନ ଚଳାଚଳ ବ୍ୟବସ୍ଥାକୁ ‌ସ୍ୱଭାବିକ କରିଥିବା କୁହାଯାଇଛି ।

Leave A Reply

Your email address will not be published.