କଳା ପଲ୍‌ସର୍‌ରେ ଆସି ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିରେ ପୁଣି କଳା ପଲ୍‌ସର୍‌ ଆତଙ୍କ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ୪୯ ହଜାର ଟଙ୍କା ଝାମ୍ପି ନେଇ କଳା ପଲ୍‌ସର୍‌ରେ ଫେରାର୍‌ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଦୟାନିଧି ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଏସବିଆଇ ବ୍ୟାଙ୍କରୁ ଟଙ୍କା ବାହାର କରି ଆଶ୍ରମପଡ଼ାରେ ଜଣକୁ ଭେଟିବାକୁ ଯାଉଥିଲେ । ଏହି ସମୟରେ କଳା ପଲ୍‌ସର୍‌ରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କ ହାତରୁ ଟଙ୍କାକୁ ଝାମ୍ପି ନେଇ ଫେରାର୍‌ ହୋଇ ଯାଇଥିଲେ । ଦୟାନିଧି ଚିତ୍କାର କରିବା ସହ କିଛି ବାଟ ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ । କିନ୍ତୁ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ । ଏନେଇ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି । ସେହି ଅଞ୍ଚଳରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.