oom

ବଲାଙ୍ଗିରରେ ଦୁଇ ଅଙ୍କକୁ ଖସିଲା ସଂକ୍ରମଣ, ଜିଲ୍ଲାରୁ ଆଜି ୯୩ ଚିହ୍ନଟ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ସମୟ ପରେ ବଲାଙ୍ଗିରରେ ସଂକ୍ରମଣ ଦୁଇ ଅଙ୍କକୁ ଖସିଛି । ଆଜି ଜିଲ୍ଲାରୁ ସମୁଦାୟ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୭ଜଣ, ବଲାଙ୍ଗିର ବ୍ଲକରୁ ୩ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୨ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୩ଜଣ, ଦେଓଗାଁ ବ୍ଲକରୁ ୮ଜଣ, ଗୁଡଭେଲା ବ୍ଲକରୁ ୧୨ଜଣ, କନ୍ଟାବାଞ୍ଜି ସହରାଞ୍ଚଳରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୮ଜଣ, ଲୋଇସିଂହା ବ୍ଲକରୁ ୩ଜଣ, ମୁରିବାହାଲ ବ୍ଲକରୁ ଜଣେ, ପଟଣାଗଡ ଗ୍ରାମାଞ୍ଚଳରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୭ଜଣ, ସଇଁନ୍ତଳା ବ୍ଲକରୁ ୧୭ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ଜଣେ, ତୁରେକେଲା ବ୍ଲକରୁ ୬ଜଣ ଓ ତୁଷୁରାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧୩୦୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୯୭୬୪ ଜଣ ସୁସ୍ଥ ହୋଇଥିବାବେଳେ ୧୪୮୨ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।

jittmm
Leave A Reply

Your email address will not be published.