oom

ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଆଟଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଟଗାଁର ସରପଂଚ ଶାଳିନୀ ସେଠ, ସିଏଚ୍‌ଓ ରଶ୍ମୀ ବାରିକ, ଆଶା ସାଥୀ ମିନା ପଟେଲ, ଆଙ୍ଗନୱାଡି କର୍ମୀ ବୈଷ୍ଣବି ପରି ନାଗ, ଆଶା କର୍ମୀ ଜୟଶ୍ରୀ ସା, କିଶୋର ଭାଇ, ଶ୍ରୀଓମ୍‌ ପଟେଲ, କିଶୋରି, ସଂଗୀତା ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ । ଦେଶିଆ ଫାଉଣ୍ଡେସନ୍‌ ଟ୍ରଷ୍ଟର ଇତିଶ୍ରୀ ନନ୍ଦ ଏବଂ ସମସ୍ତ ସିଏଫ୍‌, ୱାଇସିଡିଏର ରିଜ୍‌ନାଲ୍‌ ଅଫିସର ସୁଶ୍ରୀ ସୁବ୍ରତା ଜେନା, ଜିଲ୍ଲା ସଂଯୋଜିକା ଆନନ୍ଦିନୀ ରଥ, ଟୁ ଫିଟ୍‌ ଏହେଡ୍‌ ଟୁଗେଦର ପ୍ରୋଜେକ୍ଟର ପ୍ରୋଗାମ ମେନେଜର୍‌ ଜ୍ୟୋତି କୁମାର ରଥ, ବ୍ଲକ ସଂଯୋଜିକା ରୁଷାଳୀ ଦେବୀ, ସମସ୍ତ ପ୍ରୋଗ୍ରାମ ସହଯୋଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା । ଏହା ବ୍ୟତିତ ସ୍ୱାଗତ ଭାଷଣ ଆନନ୍ଦିନି ରଥ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସୁବ୍ରତା ଜେନା ଆଗେଇ ନେଇଥିଲେ । ସିଏଚ୍‌ଓ ରଶ୍ମୀ ବାରିକ ଆମେ କିଶୋରୀ ଭାବେ ଋତୁଶ୍ରାବ ସମୟରେ କିପରି ସ୍ୱଚ୍ଛତା ଅବଲମ୍ବନ କରିବା ସେ ବିଷୟରେ କହିଥିଲେ । ପରେ ଡିଏଫ୍‌ଟି ଇତିଶ୍ରୀ ନନ୍ଦ କିଶୋରୀ ଭାବରେ ଆମେ ଋତୁଶ୍ରାବକୁ ଲଜ୍ଜ୍ୟା ନକରି ଘରେ ଜଣାଇବା ଓ ଅଶାଣି ପେଡ ବ୍ୟବହାର କରିବା ସେ ବିଷୟରେ କହିଥିଲା । ପରେ ଶିଶୁମାନଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା ଏବଂ ଋତୁଶ୍ରାବକୁ ନେଇ ସଚେତନତା ରାଲି କରାଯାଇଥିଲା । ଶେଷରେ ଆନନ୍ଦିନୀ ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.