jayashree

ଟଙ୍କପାଣିରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମରେ ୧୩ ବର୍ଷ ମାଣବସା ଲକ୍ଷ୍ମୀ ପୂଜା ଉପଲକ୍ଷେ ୫ଦିନ ଧରି ଚାଲିଥିବା ୫ମ ବର୍ଷ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଧନୁଯାତ୍ରା ମହୋତ୍ସବର ଶେଷ ରାତ୍ରୀରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ବ୍ଲକ ଦିନଲିପି ସାମ୍ବାଦିକ ପାର୍ଥବ ଭୁଏ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ପୂଜା କମିଟି ସଭାପତି ସୁନ୍ଦର ହିଆଲ, ସମ୍ପାଦକ ସୁଦର୍ଶନ ବାଗ, ଗାନ୍ଧିଜୀ ଅଗ୍ରଗାମୀ ଯୁବକ ସଂଘ ସଭାପତି ସୌକିଲାଲ ବାଗ, ସୁଫଲ କରୁଆଁ, ପର୍ଶୁରାମ ଖମାରୀ, ସତ୍ୟନାରାୟଣ ବାଗ, ଚୁଡାମଣି ହଂସ ଯୋଗ ଦେଇଥିଲେ । ଏହି ଧନୁଯାତ୍ରାରେ କଂସ ଭୂମିକାରେ ବରଗଡ ଜିଲ୍ଲା ପଦ୍ମପୁର ଦହିତା ଗ୍ରାମର ଭାଗବତିଆ ମେହେର ଅଭିନୟ କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମର ପ୍ରଭାଶ କରୁଆଁ-କୃଷ୍ଣ, ମନୋଜ କରୁଆଁ -ବଲରାମ ଅଭିନୟ କରିଥିଲେ । ଏହି ଧନୁଯାତ୍ରା ମହୋତ୍ସବ ଟଙ୍କପାଣି ଗାନ୍ଧିଜୀ ଅଗ୍ରଗାମୀ ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜନ କରିଥିଲେ । ୫ଦିନ ଧନୁଯାତ୍ରା ମହୋତ୍ସବ ଚାଲିଥିବାରୁ ଗ୍ରାମବାସୀ କରୋନା କଟକଣାକୁ ମାନି ଦର୍ଶକଙ୍କ ବେଶ ଭିଡ ଜମିଥିବା ବେଳେ ଆୟୋଜନ କମିଟି କଡାକଡି ଭାବେ ସୁରକ୍ଷା ବ୍ୟବସ୍ଥା କରିଥିଲେ । ପରେ ବୃଦ୍ଧାବୃଦ୍ଧମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଯୁଗ ନାଗ, ନାଥ ଭୋଇ, ଉଦ୍ଧବ ହଂସ, ରୋହିତ ନାଗ, ସୀତାରାମ ନାଗ, ଦିନବନ୍ଧୁ ତାଣ୍ଡି, ଜତନ ବାଗ, ପୁରନ୍ଧର ଭୁଏ ପିତବାସ ଭୁଏ ପ୍ରମୁଖଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.