
- ଚାଲିଗଲା ମା’-ବାପା ଓ ଦେଢ଼ ବର୍ଷର ପୁଅର ଜୀବନ
- ଉତ୍ତ୍ୟକ୍ତ ଲୋକେ
ବଲାଙ୍ଗିର, (କେପିଏନ୍ଏସ୍) : ପିକ୍ଅପ୍ ଧକ୍କାରେ ବାପା ପୁଅ ମୃତ । ମା’ ଗୁରୁତର । ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର-ସୋନପୁର ଏନ୍.ଏଚ୍ ୫୭ର ଟୋଲଗେଟ ନିକଟରେ । ସୂଚନା ମୁତାବକ, ଡୁମ୍ବେରବାହାଲ ଗାଁର ରମାକାନ୍ତ ନାଏକ ନିଜ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ ସହିତ ବାଇକରେ ବଲାଙ୍ଗିର ପଟକୁ ଆସୁଥିଲେ । ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପା ରମାକାନ୍ତ ଏବଂ ଦେଢ଼ ବର୍ଷର ପୁଅଙ୍କ ଜୀବନ ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ରମାକାନ୍ତଙ୍କ ସ୍ତ୍ରୀ ବୀଣାପାଣି ନାଏକଙ୍କୁ ବଲାଙ୍ଗିର ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମାଆଙ୍କ ମୃତ୍ୟୁ ହୋଇଯାଇଛି । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଟୋଲଗେଟ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ପୁଇଁତଲା ପୋଲିସ ପିକଅପ ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭର ଓ ମାଲିକଙ୍କୁ ଅଟକ ରଖି ପଚରା ଉଚୁରା ଜାରିରଖିଛି ।