ବିଜେପି ପକ୍ଷରୁ ଦେଓଗାଁ ବ୍ଲକ ମରୁଡ଼ି ଅଞ୍ଚଳକୁ ପରିଦର୍ଶନ : ଧାନ କ୍ଷେତକୁ ଗଲେ, ଚାଷୀ ସହ ଆଲୋଚନା କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୪ଟା ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମରୁଡ଼ି ଅଞ୍ଚଳ ଦେଖିବା ପାଇଁ ଗଠନ କରାଯାଇଥିବା ଦଳ ଦେଓଗାଁ ବ୍ଳକରେ ହୋଇଥିବା ଭୟାବହ ମରୁଡ଼ି ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୂର୍ବ ମନ୍ତ୍ରୀ ତଥା ପାଟଣା ମହାରାଜ କନକବର୍ଦ୍ଧନ ସିଂଦେଓ ସହ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ପୂର୍ବ ବିଧାୟକ ରାମରଞ୍ଜନ ବଲିଆର ସିଂ, ରାଜ୍ୟ ପ୍ରବକ୍ତା ବରଞ୍ଚି ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ, ଲକ୍ଷ୍ମଣ ବାଗ ପ୍ରମୁଖ ରାମଚନ୍ଦ୍ରପୁର ଅଞ୍ଚଳର ଧାନ ଚାଷ କିପରି କ୍ଷତି ହୋଇଛି ଦେଖିବା ସହ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଦେଓଗାଁ ବ୍ଲକ ବିଜେପି ତରଫରୁ ବଲାଙ୍ଗିର ଜିଳ୍ଲା ସାଧାରଣ ସଂପାଦକ ଅମିତ ସିଂ ନିନା, ବନ୍ଧପଡ଼ା ମଣ୍ଡଳ ସଭାପତି ବାସୁଦେବ ସିଂନିନା, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଭୋଳାନାଥ ସାହୁ, ବ୍ଲକ ସାଧାରଣ ସଂପାଦକ ଶଶୀଭୂଷଣ ପାଣିଗ୍ରାହୀ, ସୁରେଶ ଭୋଇ, ଅଶୋକ ସାଏ, ଅମର ସାହୁ, ଯୁଗେଶ୍ୱର ପଧାନ, ପିଙ୍କୁ ଷାଣ୍ଢ, ଲୋକେଶ୍ୱର ଭୋଇ, ନନ୍ଦି ମେହେର, ମମତା ସାହୁ, ଜୟପ୍ରକାଶ ପଟେଲ ପ୍ରମୁଖ ସହଯୋଗ କରିଥିବା ବେଳେ ରାମଚନ୍ଦ୍ରପୁର ଅଞ୍ଚଳର ଚାଷୀ ଶିଗରଥୀ ଜୁଏଡ଼, ଜଗବନ୍ଧୁ ବାଗ, କଏଁରୁ ବାଗ, ଗିରିଧାରୀ ପଟେଲ, ପାଏନବୁଡ଼ୁ କୁଦେଇ, ଦେବରାଜ ହାତୀ, କପଲେ ବଗ, କୁବେର ସୁନା, ଗୋକୁଳ ବାଗ, ଶିବା ବାଗ ସହ ଧାନ ଜମୀକୁ ପରିଦର୍ଶନ କରିବା ସହ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.