ପାଟଣାଗଡ ଦେବୋତ୍ତର ବିଭାଗର ଗୁରୁତ୍ୱପୂର୍ଣ ବୈଠକ

ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ ସହର ବ୍ରହ୍ମପୁରା ଶୁଭଦ୍ରା ଭବନ ଠାରେ ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗର ଅଧ୍ୟକ୍ଷ ଶ୍ରୀ ସୋମନାଥ ପଧାନଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ରଥଯାତ୍ରାର ଖର୍ଚ୍ଚ ବିବରଣୀ, ଯାତ୍ରା ପରିଚାଳନ, ମନ୍ଦିର ଗୁଡିକର ମରାମତି, ମାଉସୀ ମନ୍ଦିର ଦେବୋତ୍ତରକୁ ହସ୍ତାନ୍ତର, ନୂତନ ଦେବୋତ୍ତର କମିଟି କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ ଏବଂ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ବ୍ରହ୍ମପୁରା ବଳଦେବ ଜୀଉ ମନ୍ଦିରରେ ଗର୍ଭଗୃହରେ ଦୀର୍ଘ ଦିନ ଧରି ପାଣି ଲିକ୍ କରୁଥିବା ବ୍ରାହ୍ନଣ ସମାଜର କର୍ମକର୍ତ୍ତା ଅଭିଯୋଗ କରିଥିଲେ । ସେହିପରି ହରିଶଙ୍କର ଶୈବପୀଠରେ ରୋଷେଇ ଘରର ଅବ୍ୟବସ୍ଥା, ପୁଜକଙ୍କ ବିଶ୍ରାମ କକ୍ଷ, ଭୋଗ ମଣ୍ଡପର ଅବ୍ୟବସ୍ଥା, ବିବାହ ମଣ୍ଡପ, ଶୋଚାଳୟ.. ଏ ସବୁର ମରାମତି ପାଇଁ ପଂଚୁଦେବ ସାହୁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ପାଟଣାଗଡ ବିଧାୟକଙ୍କୁ ସମଲେଶ୍ୱରୀ ମନ୍ଦିରରେ ଚାଲିଥିବା ଉନ୍ନୟନ କାମରେ କମ୍ୟୂନିଟି ସେଂଟର ପାଇଁ ପୁର୍ବତନ ଏନଏସି ଅଧ୍ୟକ୍ଷ ସୁନୀଲ ଗୋଏଲ ବିଧାୟକ ପାଂଠିରେ ମଂଜୁର ହୋଇ ଆସିଥିବା ୧ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଉକ୍ତ ଟଙ୍କା ମଂଜୁର ହେଲେ ରୋଷେଇଘର ଏବଂ ପୂଜକ ବିଶ୍ରାମ ଗୃହର ଛାତ ପକାଇବାକୁ ସହାୟକ ହେବ ବୋଲି ଜଣାଇଥିଲେ । ପୁର୍ବରୁ ମଧ୍ୟ ଅନେକ ଥର ବିଧାୟକଙ୍କୁ କମିଟି କର୍ମକର୍ତ୍ତା ବିଧାୟକ ପାଂଠି ଟଙ୍କା ମଂଜୁର ପାଇଁ ଅନୁରୋଧ କରୁଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପାଟଣାଗଡ ବିଧାୟକ ଉକ୍ତ ଟଙ୍କା ପ୍ରଦାନ କରୁ ନାହାନ୍ତି । ନୂତନ କମିଟି ସହ ଉନ୍ନୟନ କାମ ଚାଲୁଥିବା ସମୟରେ ଆଉ ଏକ ଉନ୍ନୟନ କମିଟି ଗଠନ କରି ଉକ୍ତ କାମର ତଦାରଖ କରିବା ଦ୍ୱାରା ଦୁର୍ନୀତିକୁ ରୋକ ଲଗାଯାଇ ପାରିବ ବୋଲି ଉପଜିଲ୍ଲାପାଳ ସମସ୍ତଙ୍କୁ ସଚେତନ କରିଥିଲେ । ପୁର୍ବରୁ ୪ ଲକ୍ଷ ଟଙ୍କା ମଂଜୁର ହୋଇ ସାରିଥିବା ବେଳେ ରାଜନୈତିକ ଟଣାଉଟରା କାରଣରୁ ସେହି କାମ ଆରମ୍ଭ ହୋଇ ପାରୁନ ଥିବାରୁ ଉପସ୍ଥିତ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ବ୍ରହ୍ମପୁରା ବଳଦେବ ଜୀଉ ମହାପ୍ରଭୁଙ୍କ ୧୪୫ ଏକର ଜମି ରହିଥିବା ବେଳେ ତାହା ଜବର ଦଖଲରେ ପଡି ରହିଛି । ଉକ୍ତ ଜମିରୁ ୪୭ ଏକର ଜମି ଚଳିତବର୍ଷ ଉପଜିଲା୍ଲପାଳଙ୍କ ପ୍ରଚେଷ୍ଟାରେ ଲିଜ ସୂତ୍ରରେ ଦିଆ ଯାଇଥିବା ବେଳେ ବାକି ପଡିଥିବା ଜମିକୁ ଲିଜ ଦିଆଯିବା ପାଇଁ ଚେଷ୍ଟା କଲେ ବାର୍ଷିକ ୧୨ ଲକ୍ଷ ଟଙ୍କା ମହାପ୍ରଭୁଙ୍କ ସେବାରେ ଲାଗି ପାରିବ ବୋଲି ବରିଷ୍ଠ ନାଗରିକ ମାନେ ମତ ରଖିଥିଲେ । ଏହି ବୈଠକରେ ସଂସଦ ନୋମିନୀ, ସହକାରୀ ଜିଲ୍ଲ୍ାପାଳ କ୍ଷୀରୋଦ ଚନ୍ଧ୍ର ସାହୁ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବ୍ରାହ୍ନଣ ସମାଜ କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଦେବୋତ୍ତର କମିଟିର ପୁରୁଣା ଏବଂ ନୂଆ ସଦସ୍ୟଙ୍କ ସହ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ସମୂହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.